Sat. Dec 7th, 2019

ଆରଟିଓ କାର୍ଯ୍ୟାଳୟ ଓ ମେଡିକାଲରୁ ଆଜି ଗିରଫ ହେଲେ ୩୩ ଦଲାଲ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ ପରିସର ଓ ଆରଟିଓ କାର୍ଯ୍ୟାଳୟରେ ଆଧିପତ୍ୟ ବିସ୍ତାର କରିଥିବା ଦଲାଲଙ୍କ ଗିରଫଦାରି ଚାଲିଛି। ଆଜି ବିଭିନ୍ନ ଆରଟିଓ କାର୍ଯ୍ୟାଳୟ ଓ ମେଡିକାଲରୁ ଗିରଫ ହୋଇଛନ୍ତି ୩୩ ଜଣ ଦଲାଲ।

ଖବର ଅନୁଯାୟୀ ଆରଟିଓ କାର୍ଯ୍ୟାଳୟରୁ ୨୩ ଜଣ ଓ ମେଡିକାଲ ପରିସରରୁ ୧୦ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଯାଜପୁର ଆରଟିଓ କାର୍ଯ୍ୟାଳୟରୁ ୧୦ ଜଣ ଦଲାଲ ଗିରଫ ହୋଇଥିବା ବେଳେ ଜଗତସିଂହପୁରରୁ ୨,ପୁରୀରୁ ଜଣେ, ଖୋର୍ଦ୍ଧାରୁ ୩, କନ୍ଧମାଳରୁ ୪, କୋରାପୁଟରୁ ୨ ଓ ଝାରସୁଗୁଡ଼ା ଆରଟିଓ କାର୍ଯ୍ୟାଳୟରୁ ୨ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଖୋର୍ଦ୍ଧା ମେଡିକାଲ ପରିସରରୁ ୯ ଜଣ ଦଲାଲ ଗିରଫ ହୋଇଥିବା ବେଳେ କଳାହାଣ୍ଡିରୁ ୩, ଭଦ୍ରକରୁ ୨, ଜଗତସିଂହପୁରରୁ ଜଣେ ଓ ଭୁବନେଶ୍ୱର ଓପିଡିରୁ ୩ ଜଣ ଦଲାଲ ଗିରଫ ହୋଇଛନ୍ତି।

ଶୁକ୍ରବାର ଗିରଫ ହୋଥିଲେ ୭୫ ଜଣ ଦଲାଲ। ଏମାନଙ୍କ ମଧ୍ୟରେ ଥିଲେ ହସ୍‌ପିଟାଲ ପରିସରରୁ ୩୧ ଜଣ ଓ ଆରଟିଓ କାର୍ଯ୍ୟାଳୟରୁ ୪୪ ଜଣ ଦଲାଲ।

Leave a Reply

Your email address will not be published. Required fields are marked *