ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ

କଟକ : ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗଙ୍କୁ ଖଣ୍ଡଗିରି ଥାନା ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ସର୍ତ୍ତ ମୁତାବକ ଅର୍ଚ୍ଚନାଙ୍କ ନାଁରେ ଦାୟର ୩ଟି ମାମଲାରୁ ଦୁଇଟିରେ ଜାମିନ ମିଳିଛି। ଆହୁରି ଗୋଟିଏ ମାମଲା ବିଚାରଧୀନ ଥିବାରୁ ସେ ଏବେବ ଜେଲ୍‌ରୁ ମୁକୁଳି ପାରିବେନାହିଁ।

ଖବର ଅନୁଯାୟୀ ପୂର୍ବରୁ ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିଲେ। କେବଳ ଇଡି ମାମଲାରେ ତାଙ୍କୁ ଜାମିନ ମିଲିନି। ଏହି ମାମଲାରେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ ନାଁ ରହିଛି। ଆସନ୍ତା ୯ ତାରିଖରେ ଜଗବନ୍ଧୁଙ୍କ ଜାମିନ ନେଇ ଶୁଣାଣି ହେବାକୁ ଥିବାବେଳେ ପରବର୍ତ୍ତୀ ୧୬ ତାରିଖରେ ଏହି ମାମଲାର ଶୁଣାଣି ହେବବୋଲି ତାରିଖ ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button