Tue. Oct 15th, 2019

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସିବା ଅନୁଚିତ

ଏବେ କମ୍ପ୍ୟୁଟର ଯୁଗ। ଅଫିସ ଓ ବ୍ୟବସାୟ କ୍ଷେତ୍ରରେ ଏହାର ବ୍ୟବହାର ଅଧିକ। ତେଣୁ କମ୍ପ୍ୟୁଟର ସାମ୍ନାରେ ବସି ବହୁ ସମୟ କାମ କରିବା ସ୍ଵାଭାବିକ। କିନ୍ତୁ ଏହାଦ୍ୱାରା ଚକ୍ଷୁ ଉପରେ ପ୍ରଭାବ ପଡେ। ସେଥିପାଇଁ କାର୍ଯ୍ୟର ଆବଶ୍ୟକତା ସହିତ ନିଜ ଚକ୍ଷୁ ପ୍ରତି ଧ୍ୟାନ ଦେବା ଜରୁରୀ। ଆସନ୍ତୁ କଣ କରିବା ଉଚିତ ସେ ସମ୍ପର୍କରେ ଜାଣିବା …

୧- କମ୍ପ୍ୟୁଟର ସମ୍ମୁଖରେ କାର୍ଯ୍ୟ କରିବା ବେଳେ ଅଧିକ ସମୟ ପର୍ଯ୍ୟନ୍ତ ବସନ୍ତୁ ନାହିଁ। ପ୍ରତି ୧ ଘଣ୍ଟା ଅନ୍ତରରେ ସିଟ୍‌ରୁ ଉଠି ବାହାରେ ବୁଲି ଆସନ୍ତୁ।

୨- କମ୍ପ୍ୟୁଟରକୁ ଆଖି ଠାରୁ କିଛି ଦୂରରେ ରଖନ୍ତୁ। ଅତି ନିକଟରେ ବସନ୍ତୁ ନାହିଁ। କାମ କରିବା ବେଳେ କିଛି ସମୟ ଅନ୍ତରରେ ସିଟ୍‌ରୁ ଉଠି ଥଣ୍ଡା ପାଣି ଆଖିରେ ଛାଟନ୍ତୁ। ଏପରି କଲେ ଆରାମ ଲାଗିବ।

୩- କାର୍ଯ୍ୟ କରିବାର କିଛି ସମୟ ପରେ ୫-୧୦ ମିନିଟ୍‌ ଆଖିକୁ ବନ୍ଦ କରନ୍ତୁ। ବାହାରେ ସବୁଜ ଗଛପତ୍ରକୁ କିଛି ସମୟ ଚାହିଁ ରୁହନ୍ତୁ।

୪- ରାତିରେ ସ୍ମାର୍ଟ ଫୋନ୍‌କୁ ଅଧିକ ସମୟ ଚାହିଁ ରୁହନ୍ତୁ ନାହିଁ। ଏହାଦ୍ୱାରା ଆଖି ବିନ୍ଧିବା ସହ ମୁଣ୍ଡବିନ୍ଧା ହୋଇଥାଏ।

୫- ଆଖି ଦରଜ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଆବଶ୍ୟକ ପଡ଼ିଲେ ଚଷମା ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *