ଫିଲ୍ମ ଅଫର୍‌ରେ ସୀମା ରାଜି

ନୂଆଦିଲ୍ଲୀ : ପାକସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ପ୍ରେମିକ ସଚିନଙ୍କ ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ସଚିନଙ୍କ ପରିବାରରେ ଆର୍ଥିକ ସମସ୍ୟା ଦେଖା ଦେଇଥିବାରୁ ଉତ୍ତରପ୍ରଦେଶର ନବନିର୍ମାଣ ସେନାର ଅଧ୍ୟକ୍ଷ ତଥା ପ୍ରଯୋଜକ ଅମିତ ଜାନି ସୀମା-ସଚିନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ତାଙ୍କ ସିନେମା ପ୍ରଡକସନ ହାଉସ ‘ଜାନି ଫାୟର ଫୋକ୍ସ’ ବ୍ୟାନରରେ ନିର୍ମିତ ସିନେମାରେ ଅଭିନୟ ପାଇଁ ସଚିନ ଓ ସୀମାଙ୍କୁ ଦେଇଥିଲେ ଅଫର। ସୀମା ଏଥିରେ ରାଜିଥିବା ଜଣାପଡିଛି।

ଖବର ଅନୁଯାୟୀ ଫିଲ୍ମରେ କମ କରିବାକୁ ସୀମା ରାଜି ଥିବା ବେଳେ ନିର୍ଦ୍ଦେଶକ ଅଗ୍ରୀମ ଟଙ୍କା ଦେବାକୁ ପ୍ରସ୍ତୁତ। କିନ୍ତୁ ସୀମା-ସଚିନଙ୍କ ପରିବାର ଲୋକ କହିଛନ୍ତି ସମସ୍ତ ଅସୁବିଧାରୁ ସୀମା ନମୁକୁଳିବା ପର୍ଯ୍ୟନ୍ତ କୌଣସି ଅଫର୍‌ ଗ୍ରହଣ କରିବେନି। କାରଣ ବିଭିନ୍ନ ଯାଞ୍ଚ ଏଜେନ୍ସି ସୀମା ଓ ସଚିନ ସମେତ ତାଙ୍କ ପରିବାରକୁ ପଚରାଉଚରା ଜାରି ରଖିଛନ୍ତି। ଘର ବାହାରେ ପୋଲିସ ମୁତୟନ ରହିଛନ୍ତି। ସୀମା କିମ୍ବା ସଚିନଙ୍କ ପରିବାର କେହି ବାହାରକୁ ବାହାରି ପାରୁ ନାହାନ୍ତି। ଏଥିପାଇଁ ମାସେ ହେବ କାମ ବନ୍ଦ ରହିଛି।

ଅନ୍ୟପକ୍ଷରେ ଗଣମାଧ୍ୟମରେ ସୀମା କହିଛନ୍ତି ସେ ଫିଲ୍ମ କରିବାକୁ ପ୍ରସ୍ତୁତ। ତାଙ୍କୁ ରିଲ୍ସ ବନାଇବା ଓ ନାଚିବା ପୂର୍ବରୁ ସଉକ ଥିଲା। ଯଦି କ୍ଲିନ୍‌ ଚିଟ୍‌ ମିଳେ ତେବେ ସିନେମାରେ ଅଭିନୟ କରିବେ।

Leave a Reply

Your email address will not be published. Required fields are marked *

Back to top button