Tue. Oct 15th, 2019

ରିଆଲିଟି ଶୋ’ ‘ବିଗ୍‌ବସ୍‌ରେ ମାଧୁରୀ ଦୀକ୍ଷିତ

ମୁମ୍ବାଇ: ଆଜିଠାରୁ ରିଆଲିଟି ଶୋ’ ବିଗ୍‌ବସ୍‌-୧୩ ଆରମ୍ଭ ହେବ। ରାତି ୯ଟାରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ପ୍ରିମିୟର। ଏହି ଶୋ’ରେ ପ୍ରତିଯୋଗୀ ଭାବେ କେଉଁମାନେ ସାମିଲ ହୋଇଛନ୍ତି ତାହା ଜନପଡିନି। କିନ୍ତୁ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ‘ବିଗ୍‌ବସ୍‌’ରେ ପ୍ରଥମ ଏଣ୍ଟ୍ରି କରିଛନ୍ତି। ସେ ସଲ୍‌ମାନ୍‌ଙ୍କ ସହ ଡ୍ୟାନ୍ସ ମଧ୍ୟ କରିଛନ୍ତି। ସଲ୍‌ମାନ୍ ଓ ମାଧୁରୀ ‘ସାଜନ’ ଫିଲ୍ମର ‘ଦେଖା ହୈ ପେହେଲି ବାର୍’ ଓ ‘ବଜରଙ୍ଗୀ ଭାଇଜାନ୍’ର ‘ଆଜ୍‌ କି ପାର୍ଟି ମେରି ତରଫସେ’ ଗୀତରେ ଡ୍ୟାନ୍ସ କରିଥିଲେ। ଏହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ହେଲେ ମାଧୁରୀ ପ୍ରତିଯୋଗୀ ଭାବେ ଏଥିରେ ସାମିଲ ହୋଇ ନାହାନ୍ତି। ଏହି ଭିଡିଓ ଜରିଆରେ ‘ଡ୍ୟାନ୍ସ ଦିବାନେ’ର ଗ୍ରାଣ୍ଡ ଫାଇନାଲ୍‌ର ପ୍ରମୋସନ୍ କରାଯାଇଥିଲା। ସେ ଥିଲେ ଜଜ୍‌। ଶୋ’ ଗତକାଲି ଶେଷ ହୋଇଛି।

Leave a Reply

Your email address will not be published. Required fields are marked *