Sat. Dec 7th, 2019

ଥାନାରେ ପ୍ରତି ରବିବାର ହେବ ବୈଠକ, ସମସ୍ୟା କହିବେ ବରିଷ୍ଠ ନାଗରିକ

ଭୁବନେଶ୍ଵର : ପୋଲିସ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ପ୍ରତି ରବିବାର ଥାନାରେ ବୈଠକ ହେବ। ଆଜି ଏନେଇ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ବରିଷ୍ଠ ନାଗରିକ ଓ ପୋଲିସ ଅଧିକାରୀ ଏକତ୍ର ବସି ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବେ।

କମିସନରେଟ ପୋଲିସ ନେଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରତି ରବିବାର ଥାନା ଆଇଆଇସିଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଅପରାହ୍ନ ୪ରୁ ୫ଟା ଯାଏଁ ବରିଷ୍ଠ ନାଗରିକଙ୍କୁ ନେଇ ବସିବ ବୈଠକ। ସେମାନେ ତାଙ୍କ ଅଂଚଳର ସମସ୍ୟା ଆଇଆଇସିଙ୍କୁ ଜଣାଇବେ। ଏହାଛଡା ସହାୟତା ଆପ୍ଲିକେସନ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଆପ୍ ବ୍ୟବହାର ଦ୍ୱାରା ବାରମ୍ବାର ଥାନାକୁ ଆସିବାକୁ ପଡିବନି। ଆଜିର ବୈଠକରେ ଘରେ ସିସିଟିଭି ଲଗାଇବାକୁ ବରିଷ୍ଠ ନାଗରିକମାନଙ୍କୁ କୁହାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *