ଶିମିଳିପାଳ ଟାଇଗର ରିଜର୍ଭ ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠନ

ଭୁବନେଶ୍ଵର : ଶିମିଳିପାଳ ଟାଇଗର ରିଜର୍ଭ ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠନ ହୋଇଛି। ଏଥିପାଇଁ ଜଏଣ୍ଟ ରାଜ୍ୟ ସରକାର ଦେଇଛନ୍ତି ଅନୁମତି।

ଖବର ଅନୁଯାୟୀ ଶିମିଳିପାଳ ଟାଇଗର ରିଜର୍ଭ ଫିଲଡ଼ ଡ଼ାଇରେକ୍ଟରଙ୍କ ନେତୃତ୍ୱରେ ଏହି ଟାସ୍କ ଫୋର୍ସ ଗଠନ ହୋଇଛି। ଫିଲଡ଼ ଡ଼ାଇରେକ୍ଟରଙ୍କ ସହ ବାରିପଦା, ରାଇରଙ୍ଗପୁର, ମୟୁରଭଞ୍ଜର ଡିଏଫ୍‌ଓମାନେ ସଦସ୍ୟ ରହିବେ। ଅନ୍ୟ ବିଭାଗର ଅଧିକାରୀମାନେ ଏଥିରେ ମେମ୍ବର ରହିବେ। ଜଏଣ୍ଟ ଟାସ୍କ ଫୋର୍ସ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ୧୦୦ ଜଣ ସଶସ୍ତ୍ର ପୋଲିସ ଫୋର୍ସରେ ରହିବେ। ୩ ଜଣ ରେଞ୍ଜ ଅଫିସର, ଡେପ୍ୟୁଟି ରେଞ୍ଜ ଅଫିସର, ୬ ଜଣ ଫରେଷ୍ଟର୍, ୮୧ ଜଣ ଫରେଷ୍ଟ ଗାର୍ଡ ଏହି ଟାସ୍କ ଫୋର୍ସରେ ରହିବେ।

Leave a Reply

Your email address will not be published. Required fields are marked *

Back to top button