ଦେଶର ଏହି ଗାଁ’ରେ ଦୁଗ୍ଧ ବିକ୍ରି ହୁଏନି

ଦୁଗ୍ଧ ବିକି‌ଲେ ଅଶୁଭ। ହରିଆଣା‌ର ଭିୱାନିର ମଧୁବାସ ଗାଁରେ ଏପରି ପରମ୍ପରା ରହିଛି। ଆଜିଯାଏ ଗ୍ରାମବାସୀ ପ୍ରଚଳିତ ପରମ୍ପରାକୁ ଭାଙ୍ଗିନାହାନ୍ତି।

ଖବର ଅନୁଯାୟୀ ମଧୁବାସ ଗ୍ରାମର ପ୍ରତ୍ୟେକ ପରିବାରରେ ପ୍ରାୟ ୨ରୁ ନେଇ ୭ଟି ଲେଖାଏ ଗାଈ ରଖିଛନ୍ତି। ଲୋକେ ଦୁଗ୍ଧ ବେପାର କରନ୍ତି ନାହିଁ। କିନ୍ତୁ ଦୁଗ୍ଦ ବିକ୍ରି ହୁଏନି। ଗାଈ କ୍ଷୀରରୁ ଘିଅ ମାରି ଗାଁ ଲୋକମାନେ ବିକ୍ରି କରନ୍ତି।

ଗାଁରେ ଅନେକ ବର୍ଷରୁ ଚାଲିଆସୁଥିବା ଏପରି ପରମ୍ପରାର କାରଣ ଗୋଟିଏ ସମୟରେ ଗାଁର ସବୁ‌ ଗୋରୁ ରୋଗରେ ପଡ଼ି ମୃତ୍ୟୁବରଣ କରୁଥିଲେ। ଏହାକୁ ରୋକିବା ପାଇଁ ଜଣେ ବ‌ୟୋଜ୍ୟଷ୍ଠ ବ୍ୟକ୍ତି କହିଥିଲେ ଗୋରୁମାନଙ୍କୁ ଈଶ୍ଵର ସୁରକ୍ଷିତ ରଖନ୍ତୁ ଆମେ ଆଉ କ୍ଷୀର ବିକିବୁ ନାହିଁ। ତା’ପରେ ଧୀରେ ଧୀରେ ରୋଗ କମି ଯାଇଥିଲା। ସେହି ବ୍ୟକ୍ତିଙ୍କ କଥା ମାନି କ୍ଷୀର ବିକ୍ରି କରିବା ପୂରା ଗାଁରୁ ବନ୍ଦ ହୋଇଗଲା। ସେହିଦିନରୁ ଯିଏ କ୍ଷୀର ବିକ୍ରି କରିଛି ତା’ ଘରେ କିଛି ନା କିଛି ଅଘଟଣ ଘଟିଛି ବୋଲି ଗ୍ରାମବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button