ଦିଲ୍ଲୀ ସେବା ବିଲ୍ ଲୋକସଭାରେ ଗୃହୀତ

ନୂଆଦିଲ୍ଲୀ : ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଗୁରୁବାର ଲୋକସଭାରେ ଦିଲ୍ଲୀ ସେବା ବିଲ୍ ବା ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ବିଲ୍ ୨୦୨୩ ଗୃହୀତ ହୋଇଛି। ଏହାକୁ ରାଜ୍ୟସଭାରେ ଆଗତ କରାଯିବ। ଏହାଛଡା ଗୃହରେ ହଙ୍ଗାମା କରିବା ଯୋଗୁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି।

ଖବର ଅନୁଯାୟୀ ବିରୋଧୀଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଗୃହରେ ଆମକୁ କହିବାକୁ ସୁଯୋଗ ଦିଆଯାଉନଥିବାରୁ କକ୍ଷତ୍ୟାଗ କରୁଛୁ। ଦିଲ୍ଲୀ ସେବା ବିଲକୁ ନେଇ ଗୁରୁବାର ଲୋକସଭାରେ ବିତର୍କ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ସରକାର ଓ ବିରୋଧୀ ମେଣ୍ଟକୁ ତୀବ୍ର ସମାଲୋଚନା କରିଥିଲେ। ଦିଲ୍ଲୀରେ ବଦଳି ହେବାର କୌଣସି ମାମଲା ନାହିଁ। ଦିଲ୍ଲୀରେ ମାମଲା ହେଉଛି ଏହାର ବାହାନାରେ ଭିଜିଲାନ୍ସ ବିଭାଗକୁ ନିଜ ଅକ୍ତିଆରକୁ ନେବା। ଯାହାଫଳରେ ସେମାନଙ୍କ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ନାହିଁ। ମୁଁ ସ୍ପଷ୍ଟ ଭାବେ କହୁଛି ଏହି ସମୟରେ ଦିଲ୍ଲୀ ସରକାରଙ୍କ ସହ ରହିଥିବା ସମସ୍ତ ଦଳ ଦୁର୍ନୀତିଗ୍ରସ୍ତଙ୍କ ସହ ଠିଆ ହୋଇଛନ୍ତି। କିନ୍ତୁ ଜନସାଧାରଣ ସବୁ କିଛି ଉପରେ ନଜର ରଖିଛନ୍ତି। ମୁଁ ଏହି ଦଳଗୁଡ଼ିକୁ କହିବାକୁ ଚାହୁଁଛି ଆପଣ ଦିଲ୍ଲୀ ବିଷୟରେ ଚିନ୍ତା କରନ୍ତି ଆପଣଙ୍କ ମେଣ୍ଟ ବିଷୟରେ ନୁହେଁ।

Leave a Reply

Your email address will not be published. Required fields are marked *

Back to top button