Tue. Dec 10th, 2019

ଜମି ବିବାଦରୁ ଓ୍ଵାର୍ଡ ସଭ୍ୟଙ୍କୁ ହତ୍ୟା

ଭୁବନେଶ୍ଵର : ରବିବାର ରାତିରେ ଅନୁଗୁଳର ପୁରୁଣାକୋଟ ଥାନା ଅନ୍ତୁଳିଆ ଛକରେ ଜଗବନ୍ଧୁ ବେହେରାଙ୍କୁ ହତ୍ୟା କରାଯାଇଛି। ସେ ଅନ୍ତୁଳିଆ ପଂଚାୟତର ୭ ନମ୍ବର ଓ୍ଵାର୍ଡର ସଭ୍ୟ। କୌଣସି କାମରେ ଜଗବନ୍ଧୁ ଗାଁ ଛକକୁ ଯାଇଥିଲେ। ସେଠାରେ ସଦାନନ୍ଦ ଗଡ଼ନାୟକ ତାଙ୍କୁ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲା। ଭୁଜାଲି ମାଡ଼ରେ ଘଟଣାସ୍ଥଳରେ ଜଗବନ୍ଧୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି। ଜଗବନ୍ଧୁ ଓ ସଦାନନ୍ଦଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ପୂର୍ବରୁ ବିବାଦ ରହିଥିଲା ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *