ଆତଙ୍କବାଦ ବନ୍ଦ ହେଲେ ଆଲୋଚନା : ପାକିସ୍ତାନକୁ ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନ ସମେତ ସବୁ ପଡ଼ୋଶୀ ଦେଶ ସହିତ ଭାରତ ସ୍ୱାଭାବିକ ସମ୍ପର୍କ ଚାହୁଁଛି। କିନ୍ତୁ ତାପୂର୍ବରୁ ଆତଙ୍କବାଦ ବନ୍ଦ ହେବା ଆବଶ୍ୟକ। ପାକିସ୍ତାନର ଆଲୋଚନା ପ୍ରସ୍ତାବ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ବୟାନ ଦୋହରାଇଛି।

ଖବର ଅନୁଯାୟୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ବଳିତ ରିପୋର୍ଟ ଆମେ ଦେଖିଛୁ। ଭାରତର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। ଆମେ ସବୁ ଦେଶ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛୁ କିନ୍ତୁ ଏଥିପାଇଁ ଆତଙ୍କ ଓ ଶତ୍ରୁତାମୁକ୍ତ ବାତାବରଣ ରହିବା ଉଚିତ। ପାକିସ୍ତାନରୁ ସୀମା ହାଇଦର ଓ ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ ଗୁପ୍ତାଙ୍କୁ ନେଇ ମଧ୍ୟ ସେ ବୟାନ ଦେଇଛନ୍ତି। ଆଉ କହିଛନ୍ତି ପାକିସ୍ତାନ ଲଗାତାର କାଶ୍ମୀର ପ୍ରସଙ୍ଗ ଉଠାଉଛି। ଏହା କରି ସେମାନେ ବିଭ୍ରାନ୍ତିମୂଳକ ପ୍ରଚାର କରିବାକୁ ଚାହୁଁଛି ଓ କରିଚାଲିଛି। କିନ୍ତୁ ଆମେ ତାଙ୍କ ମିଥ୍ୟାପ୍ରଚାରକୁ ଗମ୍ଭୀରତାର ସହ ନେବାକୁ ଚାହୁଁନାହୁଁ।

ସୂଚନାଯୋଗ୍ୟ ଦୁଇଦିନ ପୂର୍ବରୁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ ପାକିସ୍ତାନ ଭାରତ ସହ ଆଲୋଚନା ପାଇଁ ପ୍ରସ୍ତୁତ। କାରଣ ଦୁଇଦେଶ ପୂର୍ବରୁ ୩ ଥର ଯୁଦ୍ଧ ଲଢିଛନ୍ତି ଓ ତା’ ବଦଳରେ ଦାରିଦ୍ର୍ୟ, କ୍ଷୁଧା ଆଦି ପାଇଛନ୍ତି। ତେଣୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଏକ ବିକଳ୍ପ ନୁହେଁ।

Leave a Reply

Your email address will not be published. Required fields are marked *

Back to top button