Tue. Dec 10th, 2019

ଠକେଇ ଅଭିଯୋଗରେ ମହିଳା ସାମାଜିକ କର୍ମୀଙ୍କ ସମେତ ୩ ଗିରଫ

ଭୁବନେଶ୍ଵର : ଚାକିରି କରାଇ ଦେବାର ଭରସା ଦେଇ ଯୁବକ-ଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ ଉମରକୋଟ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଅଛନ୍ତି ମହିଳା ସାମାଜିକ କର୍ମୀ ରଞ୍ଜନା ବର୍ମା ଓ ସ୍ୱାମୀ ସ୍ୱାମୀ ଆଶିଷ କୁମାର ପାତ୍ର ଓ ଅନିଲ ବାନାର୍ଜୀ। ଜିଲ୍ଲା ସଦର ମହକୁମାରେ ମାନବିକ ଅଧିକାର କମିଟି ନାମରେ ଏକ ସଂସ୍ଥା ଖୋଲି ସେମାନେ ଠକେଇ କରିଛନ୍ତି।

ପ୍ରଥମେ ଗ୍ରାମାଂଚଳରେ ‘ଇ’-ସୁବିଧାର ସଚେତନ ନାମରେ ବୈଠକ କରୁଥିଲେ। ଏହି ବୈଠକରେ ସ୍ଥାନୀୟ ଅଂଚଳର ଜଣାଶୁଣା ବ୍ୟକ୍ତି, ସରକାରୀ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅତିଥି କରି ପ୍ରଚାର କରୁଥିଲେ। ପରେ ଚାକିରି ଦେବା ନାମରେ କରୁଥିଲେ ଠକେଇ। ଏନେଇ ଅଭିଯୋଗ ହେବାରୁ ପୋଲିସ ସେମାନଙ୍କୁ ଗିରଫ କରିଥିବା ନବରଙ୍ଗପୁର ଏସପି ନୀତିନ କୁଶଲକର ଆଜି ସାମ୍ବାଦିକ ସମ୍ମିଳନୀ ସୂଚନା ସେଇଛନ୍ତି।

Leave a Reply

Your email address will not be published. Required fields are marked *