ଏହି ସ୍ମାର୍ଟ ଫୋନରୁ ପ୍ଲେ ଷ୍ଟୋର ହଟାଇବାକୁ ଗୁଗୁଲ ନିଷ୍ପତ୍ତି

ନୂଆଦିଲ୍ଲୀ : ଚଳିତ ମାସରୁ ଗୁଗୁଲ ଆଣ୍ଡ୍ରୋଏଡ ୪.୪ କିଟକାଟରେ ପ୍ଲେ ଷ୍ଟୋରକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏହାର କାରଣ ଗୁଗୁଲ ଦିନକୁ ଦିନ ପୁରୁଣା ହୋଇଆସୁଥିବା ଆଣ୍ଡ୍ରୋଏଡ ଫୋନରୁ ନିଜ ସପୋର୍ଟକୁ ରିମୁଭ କରିଥାଏ। ତେଣୁ କିଛି ଆଣ୍ଡ୍ରୋଏଡ ଫୋନରୁ ପ୍ଲେଷ୍ଟୋରକୁ ହଟାଯିବ।

ଖବର ଅନୁଯାୟୀ ଆଣ୍ଡ୍ରୋଏଡ ବର୍ଜନ ସପୋର୍ଟରେ ଫ୍ୟାମିଲିୟର ନାହିଁ। ଗୁଗୁଲ ପ୍ଲେ ସର୍ଭିସ ସୋପୋର୍ଟ ଆଣ୍ଡ୍ରୋଏଡ ବର୍ଜନ ସପୋର୍ଟରୁ ଅଲଗା ହୋଇଥାଏ। ଯଦି ଗୁଗୁଲ ଆଣ୍ଡ୍ରୋଏଡ ବର୍ଜନର ସପୋର୍ଟ ବନ୍ଦ କରିଦିଏ ଏହା ପରେ ମଧ୍ୟ ଗୁଗୁଲ ପ୍ଲେ ସର୍ଭିସର ସପୋର୍ଟ ଜାରି ରଖିବ। ଏଥିରେ ଫୋନ ନୂଆ ସର୍ଭିସ ସହ ଠିକ ଭାବେ କାମ କରିଥାଏ। ଏଥିରେ ପ୍ଲେ ସର୍ଭିସର ସପୋର୍ଟ ବନ୍ଦ ହେବା ପରେ ୟୁଜର୍ସଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ।

ସୂଚନାଯୋଗ୍ୟ ୧୦ ବର୍ଷ ତଳେ ଅର୍ଥାତ ୨୦୧୩ରେ ଆଣ୍ଡ୍ରୋଏଡ ୪.୪ କିଟକାଟକୁ ଲଞ୍ଚ କରାଯାଇଥିଲା। ୧୦ ବର୍ଷର ପୁରୁଣା ବର୍ଜନରେ ବହୁତ କମ ୟୁଜର୍ସ ଅଛନ୍ତି। ଗୁଗୁଲର କହିଛି ଏହି ବର୍ଜନରେ କେବଳ ୧ ପ୍ରତିଶତ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ ଓ ଟାବଲେଟ କାମ କରୁଛି। ଏଥିପାଇଁ ଏହା ଉପରେ ଗୁଗୁଲ ପ୍ଲେ ସର୍ଭିସର ରିଲିଜ ଦିଆଯିବ ନାହିଁ। ଏହି ବର୍ଜନରେ ଚାଲୁଥିବା ଫୋନ ୟୁଜର୍ସଙ୍କୁ ଗୁଗୁଲ ପ୍ଲେ ଷ୍ଟୋରର ସମ୍ବନ୍ଧୀୟ ଅପଡେଟ ମିଳିବନି। ୪.୪ କିଟକାଟ ୟୁଜର୍ସ କେବଳ ପ୍ଲେ ସର୍ଭିସ ୨୩.୩୦.୯୯ ସହ ରହିବେ।

Leave a Reply

Your email address will not be published. Required fields are marked *

Back to top button