ହରିୟାଣା ହିଂସା : ଶୋଭାଯାତ୍ରାରେ ଶୁଭିଥିଲା ପାକିସ୍ତାନ ଜିନ୍ଦାବାଦ ନାରା

ନୂଆଦିଲ୍ଲୀ : ହରିୟାଣା ମେୱାତ-ନୁହ ଶୋଭାଯାତ୍ରାରେ ପାକିସ୍ତାନ ଜିନ୍ଦାବାଦର ନାରା ଦିଆଯାଇଥିଲା। ଟାର୍ଗେଟରେ ଥିଲେ ସାଧାରଣ ଜନତା ଓ ପୋଲିସକର୍ମୀ। ତେବେ ଏହି ହିଂସାକୁ ନେଇ କଂଗ୍ରେସ କହିଛି ରାଜ୍ୟ ସରକାରଙ୍କ ମାଷ୍ଟରମାଇଣ୍ଡ ମନୁ ମାନସେରକୁ ସୁରକ୍ଷା ଦେଉଛନ୍ତି।

ଖବର ଅନୁଯାୟୀ ସୋମବାର ହରିୟାଣା ମେୱାତ-ନୁହରୁ ଆରମ୍ଭ ସାମ୍ପ୍ରଦାୟିକ ହିଂସା ଥମିନାହିଁ। ରାଜ୍ୟର ୪ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। କର୍ଫ୍ୟୁ ସତ୍ତ୍ୱେ ଛି ସ୍ଥାନରେ ଗୁଳିଚାଳନା ଓ ଧାର୍ମିକ ସ୍ଥଳୀରେ ପୋଡାଜଳା ହୋଇଛି। ଅନ୍ୟପକ୍ଷରେ ହରିୟାଣା ଗୋଷ୍ଠୀ ସଂଘର୍ଷକୁ ସାମ୍ପ୍ରଦାୟିକ ଦଙ୍ଗାର ରୂପ ଦିଆଯାଉଛି। ଫଳରେ ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ରାଜସ୍ଥାନ ଓ କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀକୁ ଅଶାନ୍ତି ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଇଂଟରନେଟ୍ ଓ ଏସ୍ଏମ୍ଏସ୍ ସେବାକୁ ବନ୍ଦ ରଖାଯାଇଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସୁ ନଥିବା ଦେଖିବାକୁ ମିଳିଛି।

ନୁହର ସ୍ଥିତିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ସେକେଣ୍ଡ ଇଣ୍ଡିଆ ରିଜର୍ଭ ବାଟାଲିଆନକୁ ନୁହକୁ ସ୍ଥାନାନ୍ତର କରିଛି। ହିଂସାକାଣ୍ଡର ତଦନ୍ତ ପାଇଁ ସ୍ପେଶାଲ ଟାସ୍କ ଫୋର୍ସର ୮ଟି ଟିମ୍ ଓ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମର ୩ଟି ଟିମକୁ ନିୟୋଜିତ କରାଯାଇଛି। ହିଂସାରେ ଏବେ ପର୍ଯ୍ୟନ୍ତ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୫ ଜଣଙ୍କୁ ଗିରଫ ଓ ୭୮ ଜଣଙ୍କୁ ପୋଲିସ ଅଟକ ରଖିଛି। ୯ଟି ଜିଲ୍ଲାରେ ଅର୍ଦ୍ଧ ସାମରିକବଳକୁ ମୁତୟନ ହୋଇଛନ୍ତି। ବାରମ୍ବାର ଫ୍ଲାଗ୍ ମାର୍ଚ୍ଚ କରାଯାଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button