ପାସପୋର୍ଟ ଆବେଦନ ପାଇଁ ବ୍ୟବହାର କରିବାକୁ ହେବ ଡିଜିଲକର

ନୂଆଦିଲ୍ଲୀ : ଏଣିକି ପାସପୋର୍ଟ ପାଇଁ ଆବେଦନ କରିବାକୁ ଯାତ୍ରୀଙ୍କୁ ଡିଜିଲକର ବ୍ୟବହାର କରି ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡିବ। ଡକ୍ୟୁମେଣ୍ଟ ଅପଲୋଡ୍ ହେବା ପରେ ଆବେଦନକାରୀ ଅଫିସିଆଲ ୱେବସାଇଟ www.passportindia.gov.in ଜରିଆରେ ଅନଲାଇନରେ ପାସପୋର୍ଟ ଆବେଦନ ଦାଖଲ କରିପାରିବେ। ଚଳିତମସ ୫ ତରୁଖରୁ ଆବେଦନ ପ୍ରକ୍ରିୟାରେ ଏହି ପରିବର୍ତ୍ତନ କରାଯାଇଛି।

ଖବର ଅନୁଯାୟୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି ଯଦି ଆବେଦନକାରୀ ଡିଜିଲକର ମାଧ୍ୟମରେ ସେମାନଙ୍କର ଦସ୍ତାବିଜ ଅପଲୋଡ୍ କରିଛନ୍ତି ତେବେ ଆବେଦନ ପ୍ରକ୍ରିୟା ସମୟରେ ସେମାନଙ୍କୁ ମୂଳ ଫିଜିକାଲ କପି ଆଣିବାକୁ ପଡ଼ିବ ନାହିଁ। ଏହି ପଦକ୍ଷେପ ପାସପୋର୍ଟ ଆବେଦନ ପ୍ରକ୍ରିୟାର ସମୟ ଓ ଦକ୍ଷତାରେ ଉନ୍ନତି ଆଣିବ।

ସୂଚନାଯୋଗ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ଡିଜିଟାଲ ୱାଲେଟ୍ ସେବା ହେଉଛି ଡିଜିଲକର। ଏଥିରେ ଉପଭୋକ୍ତାମାନେ ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର, ଶିକ୍ଷା ପ୍ରମାଣପତ୍ର, ମାର୍କସିଟ୍ ଭଳି ଜରୁରୀ ଦସ୍ତାବିଜକୁ ସୁରକ୍ଷିତ ଭାବେ ଷ୍ଟୋର୍ କରି ପାରିବେ। ମନ୍ତ୍ରଣାଳୟ ଏବେ ଅନଲାଇନ୍ ଆବେଦନ ଦାଖଲ ପାଇଁ ଡିଜିଲକର ମାଧ୍ୟମରେ ଆଧାର ଦସ୍ତାବିଜ ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦେଇଛି।

Leave a Reply

Your email address will not be published. Required fields are marked *

Back to top button