ମଣିପୁର : ବିଜେପି ସରକାରରୁ କୁକୀ ପିପୁଲ୍ସ ଆଲାଏନ୍ସର ସମର୍ଥନ ପ୍ରତ୍ୟାହାର

ନୂଆଦିଲ୍ଲୀ : ମଣିପୁରରେ ହିଂସା ଜାରି ରହିଛି। ଏହାକୁ ରୋକିବାରେ ଏନ୍ ବିରେନ ସିଂ ସରକାର ବିଫଳ ହୋଇଛି। ସେଥିପାଇଁ ମଣିପୁର ବିଜେପି ସରକାରଠାରୁ ଏନଡିଏ ସହଯୋଗୀ କୁକୀ ପିପୁଲ୍ସ ଆଲାଏନ୍ସ ସମର୍ଥନ ପ୍ରତ୍ୟାହାର କରିନେଇଛି। ରବିବାର ସଂନ୍ଧ୍ୟାରେ ପାର୍ଟି ଏନେଇ ଘୋଷଣା କରିଛି।

ଖବର ଅନୁଯାୟୀ ରାଜ୍ୟରେ ୩ମାସ ପରେ ମଧ୍ୟ ହିଂସା ରୋକାଯାଇପାରୁନି। ସରକାର ବିଫଳତା ପାଇଁ କୁକୀ ପିପୁଲ୍ସ ଆଲାଏନ୍ସ ପାର୍ଟି ସମର୍ଥନ ପ୍ରତ୍ୟାହାର ଭଳି ନିଷ୍ପତ୍ତି ନେଇଛି। ମଣିପୁର ସରକାରରେ କୁକୀ ପିପୁଲ୍ସ ଅଲାଏନ୍ସ ପାର୍ଟିର ୨ଜଣ ବିଧାୟକ ରହିଛନ୍ତି।

ସୂଚନାଯୋଗ୍ୟ ମେ’ ୪ରୁ ମଣିପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ଜାରି ରହିଛି। ହିଂସାରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମୈତେଇ ସଂପ୍ରଦାୟକୁ ଜନଜାତି ଘୋଷଣା କରିବା ପରେ କୁକୀ ସଂପ୍ରଦାୟ ବିରୋଧ କରିଛି। ଏହାଛଡା ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରର ଭିଡିଓ ଭାଇରାଲ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button