ଲୋକସଭା ସଦସ୍ୟତା ପରେ ସରକାରୀ ବାସଭବନକୁ ଫେରିଲେ ରାହୁଲ

ନୂଆଦିଲ୍ଲୀ : ୨୦୧୯ ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ସୁରତ ଅଦାଲତର ଦଣ୍ଡାଦେଶ ଉପରେ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଥିଲେ। ଏହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ଫେରି ପାଇବା ପରେ କେନ୍ଦ୍ରୀୟ ଦିଲ୍ଳୀ ସ୍ଥିତ ତାଙ୍କ ସରକାରୀ ବାସଭବନ ଫେରି ପାଇଛନ୍ତି। ହେଲେ ରାହୁଲ କହିଛନ୍ତି ସାରା ଭାରତ ହେଉଛି ମୋ ଘର।

ଖବର ଅନୁଯାୟୀ ୨୦୦୫ରୁ ରାହୁଲ ୧୨ ତୁଗଲକ ଲେନ୍‌ ବଙ୍ଗଳାରେ ରହି ଆସୁଥିଲେ। ଲୋକସଭା ସଦସ୍ୟତା ରଦ୍ଦ ପରେ ଲୋକସଭା ହାଉସିଂ କମିଟି ପକ୍ଷରୁ ତାଙ୍କୁ ୨୨ ଏପ୍ରିଲ ୨୦୨୩ ସୁଦ୍ଧା ବଙ୍ଗଳା ଛାଡ଼ିବାକୁ ନୋଟିସ୍‌ କରାଯିବାରୁ ସେ ବଙ୍ଗଳା ଛାଡ଼ିଥିଲେ। ଆଉ ଗଣମାଧ୍ୟମରେ କହିଥିଲେ ମୁଁ ସତ କହିବାର ମୂଲ୍ୟ ଦେଉଛି। ଏବେ ମା’ ସୋନିଆଙ୍କ ସହ ମୁଁ ୧୦ ଜନପଥସ୍ଥିତ ବାସଭବନରେ ରହିବି।

Leave a Reply

Your email address will not be published. Required fields are marked *

Back to top button