୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ସେପ୍ଟେମ୍ବର ୮ତାରିଖରେ ପ୍ରକାଶ ପାଇବ ଫଳାଫଳ। ଭାରତର ନିର୍ବାଚନ କମିସନ ଆଜି ଏହି ଘୋଷଣା କରିଛନ୍ତି ।

ଖବର ଅନୁଯାୟୀ ୭ଟି ବିଧାନସଭା ଆସନ ମଧ୍ୟରେ ରହିଛି ଉତ୍ତରପ୍ରଦେଶର ଘୋସି, ଉତ୍ତରାଖଣ୍ଡର ବାଗେଶ୍ୱର, ବଙ୍ଗଳାର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରୀ, କେରଳର ପୁଥୁପଲ୍ଲୀ, ତ୍ରିପୁରାର ବକ୍ସନଗର ଓ ଧନପୁର। ଏସବୁ ଆସନରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ୫ଟି ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ମୃତ୍ୟୁ ଓ ଅନ୍ୟ ୨ଟିରେ ପ୍ରାର୍ଥୀଙ୍କ ଇସ୍ତଫା ଯୋଗୁଁ ଏସବୁ ଆସନଗୁଡ଼ିକ ଖାଲି ପଡ଼ିଥିଲା।

ଏହି ଉପନିର୍ବାଚନ ପାଇଁ ୧୦ ଅଗଷ୍ଟରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମନୋନୟନ ପତ୍ର ଦାଖଲର ଶେଷ ତାରିଖ ୧୭ ଅଗଷ୍ଟ ରଖାଯାଇଥିବାବେ​ଳେ ପ୍ରତ୍ୟାହାରର ଶେଷ ତାରିଖ ୨୧ ଅଗଷ୍ଟ ରହିଛି। ୫ ସେପ୍ଟେମ୍ବରରେ ଭୋଟ ଗ୍ରହଣ ଓ ୮ ସେପ୍ଟେମ୍ବରରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *

Back to top button