କ୍ରିପ୍ଟୋ ଠକେଇ : ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ

ଭୁବନେଶ୍ଵର : କ୍ରିପ୍ଟୋ ଇନଭେଷ୍ଟମେଣ୍ଟ ନାଁରେ ହଜାରେ କୋଟି ଟଙ୍କାର ଠକେଇ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ଇଓଡବ୍ଲୁ ୩ ଦିନିଆ ରିମାଣ୍ଡରେ ନେଇଛି। ଦୁଇ ଅଭିଯୁକ୍ତ ହେଲେ ଗୁରୁତେଜ ସିଂ ସିଦ୍ଧୁ ଓ ନିରୋଦ ଦାସ।

ଖବର ଅନୁଯାୟୀ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗତକାଲି ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଓପିଆଇଡି କୋର୍ଟରେ ଆବେଦନ କରିଥିଲା। କୋର୍ଟ ତିନିଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ଇଓଡବ୍ଲୁ ଏସପି ଦିଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ଆଇଜି ନାରାୟଣ ପଙ୍କଜଙ୍କ ସୂଚନା ରାଜ୍ୟରେ କ୍ରିପ୍ଟୋ କରେନ୍ସି କାରବାର ଓ ଠକେଇ ସଂକ୍ରାନ୍ତରେ ଇଓଡବ୍ଲୁ ପାଖରେ ବିଶ୍ଵସ୍ତ ସୂତ୍ରରୁ ଖବର ପହଞ୍ଚିଥିଲା। ଭଦ୍ରକ, ବାଲେଶ୍ଵର, ଭୁବନେଶ୍ଵର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ କ୍ରିପ୍ଟୋ କରେନ୍ସି କାରବାର ସକ୍ରିୟ ରହିଛି। ତଦନ୍ତ ସମୟରେ ଏସ୍ଟିଏ ସଂସ୍ଥାର କାରନାମା ପଦାକୁ ଆସିଥିଲା। ଏଥିରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଥିବା ବେଳେ ଓଡ଼ିଶାରେ ସଦସ୍ୟଙ୍କ ସଂଖ୍ୟା ଥିଲା ୧୦ ହଜାରରୁ ଅଧିକ। ପ୍ରାୟ ହଜାରେ କୋଟି ଟଙ୍କାର କାରବାର ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ସୂଚନା ମିଳିଛି। ଏହି ସଂସ୍ଥା ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆସାମରେ କାରବାର ମେଲାଇଥିଲା।

Leave a Reply

Your email address will not be published. Required fields are marked *

Back to top button