ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ : ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଦୀପାଳି ବାର୍ ଓ ହୋଟେଲରେ ରମାଦେବୀ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଥିବା ବେଳେ ପ୍ରକୃତ କାରଣ ଜାଣିବା ପାଇଁ ଭିସେରା ଫୋରେନସିକ ଲ୍ୟାବ୍‌କୁ ପଠାଯାଇଛି।

ଖବର ଅନୁଯାୟୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ତାଙ୍କ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ମିଶାଇ ୧୦ରୁ ଅଧିକ ଲୋକଙ୍କୁ ଲକ୍ଷ୍ମୀସାଗର ଥାନା ପୋଲିସ ପଚରାଉଚରା କରିଛି। ଏହାଛଡା ଶୁଭଲକ୍ଷ୍ମୀଙ୍କ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରାଯାଇଥିଲେ ହେଁ ସେ ମୃତ୍ୟୁ ଘଟଣାକୁ ନେଇ ମୁହଁ ଖୋଲିନାହାନ୍ତି। ୧୫ରୁ ୨୦ ଦିନ ତଳେ ପୁରୁଷ ବନ୍ଧୁଙ୍କ ସହ ଶୁଭଲକ୍ଷ୍ମୀଙ୍କର ବ୍ରେକଅପ୍‌ ହୋଇଯାଇଥିଲା।

ସୂଚନାଯୋଗ୍ୟ ହୋଟେଲ ରୁମ ଭିତରୁ ଗତ ଶନିବାର ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ଶୁଭଲକ୍ଷ୍ମୀ ଶୁକ୍ରବାର ରାତି ପ୍ରାୟ ୩ଟା ୨୦ରେ ହୋଟେଲକୁ ଆସି ୨୦୫ ନମ୍ବର ରୁମ୍ ବୁକ୍ କରି ବିଶ୍ରାମ ନେବାକୁ ଯାଇଥିଲେ। କିନ୍ତୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ରୁମ କବାଟ ଭାଙ୍ଗିବା ପରେ ଫ୍ୟାନରେ ଝୁଲନ୍ତା ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା କୁହାଯାଉଥିଲା। କିନ୍ତୁ ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିଯୋଗ ଆଣିଛନ୍ତି।

Leave a Reply

Your email address will not be published. Required fields are marked *

Back to top button