ତ୍ରିପିଲ ମର୍ଡର : ବାପାକୁ ମୃତ୍ୟୁଦଣ୍ଡ ଓ ପୁଅକୁ ଆଜୀବନ

ସମ୍ୱଲପୁର : ଜମିବାଡ଼ି ବିବାଦକୁ ନେଇ ସମ୍ୱଲପୁର ମହୁଲପାଲି ଥାନା ଲପଡା ଗାଁରେ ହୋଇଥିବାଲା ତ୍ରିପିଲ ମର୍ଡରର ରାୟ ପ୍ରକାଶ ପାଇଛି। କୁଚିଣ୍ଡା ଏଡିଜେ କୋର୍ଟ ହତ୍ୟାକାରୀ ବାପ-ପୁଅଙ୍କୁ ଦଣ୍ଡିତ କରିଛନ୍ତି।

ଖବର ଅନୁଯାୟୀ ଲପଡା ଗାଁ’ର ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍‌ ତଥ୍ୟ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି କୁଚିଣ୍ଡା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ରାୟ ଶୁଣାଇଛି। ମୁଖ୍ୟ ଅଭିଯୁକ୍ତ ନବୀନ ଦେହୁରୀଙ୍କୁ ମୃତ୍ୟୁଦଣ୍ଡ ସହିତ ପୁଅ ହେମାନନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି।

ସୂଚନାଯୋଗ୍ୟ ଜମି ବାଡ଼ି ବିବାଦରୁ ୨୦୨୦ ଅକ୍ଟୋବର ୨୧ ତାରିଖରେ ମହୁଲପାଲି ଥାନା ଲପଡା ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଗୋଟିଏ ପରିବାରର ଗିରିଧାରୀ ସାହୁ, ପତ୍ନୀ ସାବିତ୍ରୀ ଓ ଶାଶୁ ପିରୋବତୀ ବେହେରାଙ୍କୁ ପଡୋଶୀ ନବୀନ ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ହତ୍ୟାକାଣ୍ଡରେ ନବୀନକୁ ତା’ ପୁଅ ହେମାନନ୍ଦ ଦେହୁରୀ ସହଯୋଗ କରିଥିଲା।

Leave a Reply

Your email address will not be published. Required fields are marked *

Back to top button