ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ପତାକା ଉତ୍ତୋଳନ

ଭୁବନେଶ୍ଵର : ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ୱରରେ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିଭାଦନ ଗ୍ରହଣ କରିବେ। ୨୦ଜଣ ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ। ରାଉରକେଲା ଓ ବ୍ରହ୍ମପୁରରେ ଆରଡିସି ଏବଂ ୧୦ଟି ଜିଲ୍ଲାରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ସଂଗ୍ରାମ ସମାରୋହରେ ପରେଡ୍ ଅଭିବାଦନ ଗ୍ରହଣ କରିବେ।

ଖବର ଅନୁଯାୟୀ ରାଜ୍ୟ ଗୃହ ବିଭାଗର ସୂଚନା ହେଲା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ ଓ ପରେଡ୍ ଅଭିବାଦନ ଗ୍ରହଣ କରିବେ। ସେହିପରି ମନ୍ତ୍ରୀ ଜଗନ୍ନାଥ ସାରକା- କନ୍ଧମାଳ, ନିରଞ୍ଜନ ପୂଜାରୀ- ପୁରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୋରାପୁଟ, ପ୍ରଦୀପ କୁମାର ଅମାତ- ଗଞ୍ଜାମ, ପ୍ରମିଳା ମଲ୍ଲିକ- ବରଗଡ଼, ଉଷା ଦେବୀ- ସମ୍ବଲପୁର, ପ୍ରଫୁଲ୍ଲ କୁମାର ମଲ୍ଲିକ- କେନ୍ଦୁଝର, ପ୍ରତାପ କେଶରୀ ଦେବ -ଅନୁଗୁଳ, ଅତନୁ ସବ୍ୟସାଚୀ ନାୟକ- ରାୟଗଡ଼ା, ଟୁକୁନି ସାହୁ- ଜଗତସିଂହପୁର, ଅଶୋକ ଚନ୍ଦ୍ର ପଣ୍ଡା-ବଲାଙ୍ଗିର, ରାଜେନ୍ଦ୍ର ଢ଼ୋଲକିଆ- ସୁନ୍ଦରଗଡ଼, ବିକ୍ରମ କେଶରୀ ଆରୁଖ- କଟକ, ସୁଦାମ ମାର୍ଣ୍ଡି- ବାଲେଶ୍ୱର, ଶାରଦା ପ୍ରସାଦ ନାୟକ- ଝାରସୁଗୁଡ଼ା, ଅଶ୍ୱିନୀ କୁମାର ପାତ୍ର- ମୟୂରଭଞ୍ଜ, ପ୍ରୀତିରଞ୍ଜନ ଘଡ଼ାଇ- କଳାହାଣ୍ଡି, ତୁଷାରକାନ୍ତି ବେହେରା-ମାଲକାନଗିରି, ରୀତା ସାହୁ- ସୋନପୁର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ- ଢେଙ୍କାନାଳ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟପତାକା ଉତ୍ତୋଳନ ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ।

ସେହିପରି ଭଦ୍ରକ,ବୌଦ୍ଧ, ଦେବଗଡ଼, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୂଆପଡ଼ା, ନବରଙ୍ଗପୁର ଓ ନୟାଗଡ଼ ଜିଲ୍ଲାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ଏବଂ ବ୍ରହ୍ମପୁର ଓ ରାଉରକେଲାରେ ଦକ୍ଷିଣାଂଚଳ ଆରଡିସି ଓ ଉତ୍ତରାଂଚଳ ଆରଡିସି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *

Back to top button