ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ହିନ୍ଦୀ ଶିକ୍ଷୟିତ୍ରୀ ଗିରଫ

ବଲାଙ୍ଗୀର : ଜାଲସାର୍ଟିଫିକେଟ୍ ଦେଇ ଶିକ୍ଷୟିତ୍ରୀ ହୋଇଥିବା ମନ୍ମୟୀ ପଣ୍ଡାଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ରଣ୍ଡା ହାଇସ୍କୁଲର ସେ ଥିଲେ ହିନ୍ଦି ଶିକ୍ଷୟିତ୍ରୀ।

ଖବର ଅନୁଯାୟୀ ଶିକ୍ଷୟିତ୍ରୀ ମନ୍ମୟୀ ପଣ୍ଡା ୨୦୧୧-୧୨ ମସିହାରେ ଚୁକ୍ତିଭିତ୍ତିକ ହାଇସ୍କୁଲ ହିନ୍ଦୀ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲେ। ପ୍ରମାଣ ପତ୍ର ଯାଞ୍ଚରୁ ଜଣାପଡିଛି ସେ ୧୯୯୯ରେ ସପ୍ଲିମେଣ୍ଟାରୀରେ ମାଟ୍ରିକ୍ ପାସ୍ କରିଥିଲେ। ୨୦୦୧ରେ ଯୁକ୍ତ ଦୁଇ ପାସ୍ କରିଛନ୍ତି। କିନ୍ତୁ ଯାହା ୨୦୦୨ରେ ମିଳିବା କଥା ତାକୁ ବର୍ଷକ ଆଗରୁ ପାଇଥିବା ଦର୍ଶାଇଛନ୍ତି। ସଂଦେହ ବିଷୟ ସେହିବର୍ଷ ଅର୍ଥାତ ୨୦୦୧ ମସିହାରେ ସେ କଟକ ସ୍ଥିତ ସରକାରୀ ହିନ୍ଦୀ ପ୍ରତିଷ୍ଠାନରୁ ହିନ୍ଦୀ ପ୍ରଶିକ୍ଷଣ ନେଇଛନ୍ତି। ଏହାକୁ ନେଇ ଶିକ୍ଷା ବିଭାଗର ନିର୍ଦ୍ଦେଶରେ ବଲାଙ୍ଗୀର ପ୍ରଶାସନ ଓ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଜାଲ ସାର୍ଟିଫିକେଟ୍ ଦେଇଥିବା ସାମ୍ନାକୁ ଆସିଛି। ଏହାକୁ ନେଇ ବୁଧବାର ଏତଲା ଦିଆଯାଇଥିଲା। ଗୁରୁବାର ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button