Mon. Nov 18th, 2019

ଆରମ୍ଭ ହେଲା ‘ମୋ ସରକାର’, ୯ ଜଣଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ଆଜି ୯ ଜଣ ଲୋକଙ୍କ ସହ କଥା ହୋଇଛି। ସମସ୍ତେ ଅତି ସନ୍ତୋଷଜନକ ଉତ୍ତର ଦେଇଛନ୍ତି।

ବୁଧବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ଯାଇ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ସହିଦ ନଗର ଥାନାକୁ ଯାଇ ସେଠାରେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଥାନା ଓ ଡାକ୍ତରଖାନାକୁ ଆସୁଥିବା ଜନସାଧାରଣ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯିବ। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଏହି ଦୁଇ ସ୍ଥାନରେ କିଭଳି ସେବା ମିଳୁଛି ତାହା ଜନସାଧାରଣଙ୍କ ସହିତ ଫୋନ ଯୋଗେ କଥା ହୋଇ ଯୋଜନାର ସମୀକ୍ଷା କରିବେ। ଏଣିକି ମେଡିକାଲକୁ ଆସୁଥିବା ପ୍ରତି ରୋଗୀଙ୍କ ନମ୍ବର ପଞ୍ଜୀକରଣ ହେବ। ‘ମୋ ସରକାର’ ପୋର୍ଟାଲରୁ ଏହି ନମ୍ବରକୁ ଏସ୍‌ଏମ୍‌ଏସ୍‌ ଆସିବ। ଟୋଲ୍‌ ଫ୍ରି ନମ୍ବର (୧୪୫୪୫)କୁ କଲ୍‌ କରି ବି ପଞ୍ଜୀକରଣ କରିହେବ।

Leave a Reply

Your email address will not be published. Required fields are marked *