ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କ ପରଲୋକ

କଟକ : ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ଵର୍ଷ ଵୟସ ହୋଇଥିଲା। ଅସୁସ୍ଥତା କାରଣରୁ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ଖବର ଅନୁଯାୟୀ ୧୯୬୩ ମସିହା ଜୁଲାଇ ୭ରେ ଜନ୍ମିତ ନିବେଦିତା ବିଭିନ୍ନ ସାମାଜିକ କାର୍ଯ୍ୟ ଓ ରାଜନୈତିକ ଦଳରେ ଯୋଡିହୋଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ସେ ୨୦୦୦ ମସିହାରେ କଟକ ସଦର ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ମହାନଗର ନିଗମ ଗଠନ ପରେ ପ୍ରଥମ ମେୟର ହୋଇଥିଲେ। ସ୍ଵର୍ଗତ ନିବେଦିତା ପ୍ରଧାନ ଅବିବାହିତ ଥିଲେ। ତାଙ୍କ ମୃତ୍ୟୁରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

Back to top button