Fri. Nov 15th, 2019

ରାଜ୍ୟବ୍ୟାପୀ ବିଜେପିର ସଂକଳ୍ପ ଯାତ୍ରା ଆରମ୍ଭ

ଭୁବନେଶ୍ୱର : ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀରୁ ଓଡ଼ିଶା ବିଜେପି ପକ୍ଷରୁ ସଂକଳ୍ପ ଯାତ୍ରା ଆରମ୍ଭ ହୋଇଛି। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା, ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ ଆଦି ପ୍ରସଙ୍ଗରେ ସାଧାରଣ ଲୋକଙ୍କୁ ବିଜେପି ନେତାମାନେ ସଚେତନ ଓ ଶପଥ ପାଠ କରାଇବା ସହ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ସବୁବେଳେ ଗରିବଙ୍କ ପାଇଁ ସମର୍ପିତ ବୋଲି କୁହାଯାଇଛି। ଆଜି ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *