Mon. Nov 18th, 2019

୨୬ଟି ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର ପଞ୍ଜିକରଣ ରଦ୍ଦ କଲା ଆରବିଆଇ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ୨୬ଟି ନନ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର ପଞ୍ଜିକରଣ ରଦ୍ଦ କରିଛି। ଆରବିଆଇ ଆକ୍ଟ ୧୯୩୪ ଅନୁସାରେ ଧାରା ୪୫-ଆଇଏ (୬)ର ବ୍ୟବସ୍ଥା ଅନୁଯାୟୀ ନେଇଛି ପଦକ୍ଷେପ।

ଯେଉଁ ନନ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀର ପଞ୍ଜିକରଣ ରଦ୍ଦ ହୋଇଛି ସେହି ତାଲିକାରେ ରହିଛି ଏସପିଏମଏଲ ଇଣ୍ଡିଆ ଲିମିଟେଡ଼, ପଦ୍ମନାଭନ ଲିଜିଙ୍ଗ ଆଣ୍ଡ ଫାଇନାନସିଆଲ ପ୍ରାଇଭେଟ ଲିମିଟେଡ଼, ଯଦୁବଂଶୀ ଇନଭେଷ୍ଟମେଣ୍ଟ ଲିମିଟେଡ଼, ୱାଲଟର ନିରୟାତ ପ୍ରାଇଭେଟ ଲିମିଟେଡ଼ ଓ ବେଦାଙ୍ଗ ଭିନିମୟ ପ୍ରାଇଭେଟ ଲିମିଟେଡ଼ର ନାମ। ଏହାବ୍ୟତୀତ ମନବୀର ଫାଇଭକନ ପ୍ରାଇଭେଟ ଲିମିଟେଡ଼, ଇନଷ୍ଟାଣ୍ଟ ଫିନକ୍ୟାପ ଲିମିଟେଡ଼, ୟଙ୍ଗ ଷ୍ଟ୍ରିଟ କ୍ୟାପିଟାଲ ସର୍ଭିସ ପ୍ରାଇଭେଟ ଲିମିଟେଡ଼, ସୁମେଶ ଫାଇନାନ୍ସର ପ୍ରାଇଭେଟ ଲିମିଟେଡ଼, ୱାଇଡ଼ ଫାଇନାନ୍ସ ଆଣ୍ଡ ଲିଜିଙ୍ଗ ପ୍ରାଇଭେଟ ଲିମିଟେଡ଼, ୟଶିକା ଫିନଲିଜ ଆଣ୍ଡ ହୋଲଡ଼ିଙ୍ଗସ ପ୍ରାଇଭେଟ ଲିମିଟେଡ଼, ୱେଲକମ ପୋର୍ଟଫଲିଓ ଲିମିଟେଡ଼, ସାହାସ ଫିନାନସିଆଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ ଓ ସାରଦା କାରପେକ୍ସ ଲିମିଟେଡ଼ର ପଞ୍ଜିକରଣ ରଦ୍ଦ ହୋଇଛି।

ସେହିପରି ବ୍ଲୁ ଚିପ ଇଣ୍ଡିଆ ଲିମିଟେଡ଼, ଆରଏଏସ ଆଶୋସିଏଟସ ପ୍ରାଇଭେଟ ଲିମିଟେଡ଼, ଇିପିଏସ ଫିନାନସିଆରସ ଆଣ୍ଡ କନସଲଟାଣ୍ଟଓ ଲିମିଟେଡ଼, ଅଟଳ ସେକ୍ୟୁରିଟିସ ପ୍ରାଇଭେଟ ଲିମିଟେଡ଼, ଏୁଭଦୀପ ଫିନଲିଜ ପ୍ରାଇଭେଟ ଲିମିଟେଡ଼, ଓୁରେନ ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ଼, ସାଇନ ବ୍ଲୁ ଡିପୋଜିଟ ଆଣ୍ଡ ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ଼, ସନବିମ କଣ୍ଟ୍ରୋଲ ସିଷ୍ଟମ ପ୍ରାଇଭେଟ ଲିମିଟେଡ଼, ସିଙ୍ଗର ଇଣ୍ଡିଆ ଟ୍ରେଣ୍ଡିଙ୍ଗ ପ୍ରାଇଭେଟ ଲିମିଟେଡ଼, ସାବିତ୍ରୀ ଫିନଲିଜ ଆଣ୍ଡ ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡ଼, ସୁଡବିନ ଫିନୱେଷ୍ଟ ଫେୟରଟିଲ୍ସ ପ୍ରାଇଭେଟ ଲିମିଟେଡ଼ ଓ ଓମାନସନ ଟ୍ରେଡର ପ୍ରାଇଭେଟ ଲିମିଟେଡ଼ର ମଧ୍ୟ ପଞ୍ଜିକରଣ ରଦ୍ଦ କରିଛି ରିଜର୍ଭ ବ୍ୟାଙ୍କ।

Leave a Reply

Your email address will not be published. Required fields are marked *