Fri. Nov 15th, 2019

ସ୍ୱାସ୍ଥ୍ୟ ସେବା ନେଇ ନିଆଯିବ ମତାମତ, ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ‘ମୋ ସରକାର’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା। ସେ କହିଛନ୍ତି କହିଛନ୍ତି ସାଧାରଣ ଲୋକଙ୍କ ଠାରୁ କଲ ସେଣ୍ଟର ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ସଂପର୍କିତ ମତାମତ ନିଆଯିବ। ଲୋକଙ୍କର ମତାମତ ଅନୁକୂଳ ହେଲେ କର୍ମଚାରୀଙ୍କୁ ଉଭୟ ପୁରସ୍କାର ଓ ପଦୋନ୍ନତି ମିଳିବ। ଯଦି ପ୍ରତିକୂଳ ହୁଏ ତେବେ ସଂପୃକ୍ତ କର୍ମଚାରୀଙ୍କ ଉପରେ ତଦନ୍ତ ହେବ। ଅଭିଯୋଗ ପ୍ରମାଣିତ ହେଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମତାମତ ନିଆଯିବ। ପରେ ସମସ୍ତ ହସ୍‌ପିଟାଲକୁ ସାମିଲ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *