ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଜାମିନ

ଭୁବନେଶ୍ଵର : ପତ୍ନୀଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ହାଇକୋର୍ଟରୁ ମିଳିଛି ଜାମିନ।

ଖବର ଅନୁଯାୟୀ ୧୯୯୫ ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ୱରରେ ନିଜ ସରକାରୀ ବାସଭବନରେ ରାମମୂର୍ତ୍ତି ଗମାଙ୍ଗ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ଘଟିବାର ୨୮ ବର୍ଷ ପରେ ଭୁବନେଶ୍ୱର ଏଡିଜେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦାଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ଅନାଦେୟ ପାଇଁ ଆଉ ୬ ମାସ ଜେଲ ଓ ପ୍ରମାଣ ନଷ୍ଟ ପାଇଁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିଲେ। ଜରିମାନା ଅନାଦେୟ ୩ ମାସ ଜେଲ୍‌ରେ ରଖିବା ପାଇଁ କୋର୍ଟ ରାୟ ଶୁଣାଇଥିଲେ। ତଳ କୋର୍ଟଙ୍କ ରାୟକୁ ରାମମୂର୍ତ୍ତି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button