ଝାଡ଼ଖଣ୍ଡ : ମାଓବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର : ଝାଡ଼ଖଣ୍ଡରେ ମାଓବାଦୀଙ୍କ ଆକ୍ରମଣ ଯୋଗୁ ସିଆରପିଏଫ୍ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଛନ୍ତି। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ୪ ନମ୍ଵର୍ ୱାର୍ଡ ଖୁଣ୍ଟିଆ ସାହିରେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ସକାଳେ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଇଲକେରା ଥାନା ଅନ୍ତର୍ଗତ ହାତିବୁରୁ ଜଙ୍ଗଲରେ ସିଆରପିଏଫ ୬୦ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବାବେଳେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହି ଆକ୍ରମଣର ଜବାବ ସେଇଥିଲେ ଯବାନ। କିନ୍ତୁ ନକ୍ସଲଙ୍କ ଗୁଳିମାଡରେ ସିଆରପିଏଫର ଦୁଇଜଣ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ଓ ମୁନ୍ନା ଯାଦବଙ୍କ ଦେହରେ ଗୁଳି ବାଜିଥିଲା। ଉଭୟଙ୍କୁ ତୁରନ୍ତ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଥିଲା। ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ମୁନ୍ନାଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନାଯୋଗ୍ୟ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଭାଙ୍ଗିପଡିଛନ୍ତି। କାରଣ କିଛି ବର୍ଷ ଅନ୍ତରରେ ତାଙ୍କ ପରିବାରର ବାପା ଓ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ସିଆରପିଏଫରେ ଥିବା ସୁଶାନ୍ତଙ୍କ ବଡଭାଇଙ୍କର ଦୁଇବର୍ଷ ତଳେ ସହିଦ ହୋଇଥିଲେ। କେବଳ ସେତିକି ନୁହେଁ ଦୁଇମାସ ତଳେ ସୁଶାନ୍ତ ବିବାହ କରିଥିଲେ। ତାଙ୍କର ଆଉ ଜଣେ ଭାଇଙ୍କର କ୍ୟାନ୍ସରରେ ମୃତ୍ୟୁ ଘଟିଥିବା ବେଳେ ସୁଶାନ୍ତଙ୍କ ମା’ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button