ତ୍କୃଷ୍ଟ ତଦନ୍ତ ପାଇଁ ଗୃହମନ୍ତ୍ରୀ ପଦକ ପାଇବେ ଓଡ଼ିଶାର ୪ ପୋଲିସ ଅଧିକାରୀ

ଭୁବନେଶ୍ଵର : ଦେଶର ବିଭିନ୍ନ ରାଜ୍ୟରୁ ଚଳିତବର୍ଷ ପଦକ ପାଇବାକୁ ୧୪୦ ଜଣ ପୋଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ୨୨ ଜଣ ମହିଳା ପୋଲିସ ଅଧିକାରୀଙ୍କୁ ମିଳିବ ଏହି ପଦକ। ବିଭିନ୍ନ ମାମଲାର ଉତ୍କୃଷ୍ଟ ତଦନ୍ତ ପାଇଁ ଓଡ଼ିଆ ୪ ଜଣ ପୋଲିସ ଅଧିକାରୀ ପାଇବେ ପଦକ। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ଓଡ଼ିଶାରୁ ଯେଉଁ ୪ ଜଣ ପଦକ ପାଇବା ତାଲିକାରେ ଅଛନ୍ତି ସେମାନେ ହେଲେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଡେପୁଟୀ ଏସପି ମାନସ ରଞ୍ଜନ ପ୍ରଧାନ ଓ ଡେପୁଟୀ ଏସପି ପ୍ରଭାତ କୁମାର ବିଶ୍ୱାଳ। ପ୍ରଭାତ କୁମାର ବିଶ୍ୱାଳ ଓ ମାନସ ରଞ୍ଜନ ପ୍ରଧାନ ଏବେ ସୁନ୍ଦରଗଡ଼ରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି କଟକରେ କାର୍ଯ୍ୟ କରନ୍ତି।

ଦୁର୍ଗେଶ ନନ୍ଦିନୀ ମହାନ୍ତି ଅପହରଣ ଓ ଦୁଷ୍କର୍ମ ଭଳି ୫୦ରୁ ଅଧିକ ମାମଲାର ତଦନ୍ତ କରିଛନ୍ତି। ସେ ଏଥର ତିନୋଟି ପ୍ରମୁଖ ଘଟଣା ପାଇଁ ଗୃହମନ୍ତ୍ରୀ ପଦକ ଲାଗି ମନୋନୀତ ହୋଇଛନ୍ତି। ଏହି ୩ଟି ମାମଲା ହେଲା ସିଡିଏ ଫେଜ୍-୨ ଅଞ୍ଚଳରେ ୩ ବର୍ଷ ଝିଅକୁ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ, କଟକ ଦୋଲମୁଣ୍ଡାଇ ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଓ କଟକ ମଧୁପାଟଣା ଅଞ୍ଚଳରେ ମହିଳା ଥାନା ଅଞ୍ଚଳରେ ୪ ବର୍ଷର ଝିଅକୁ ଦୁଷ୍କର୍ମ ଘଟଣା। ଏହି ତିନୋଟି ଘଟଣାରେ ମାସେ ମଧ୍ୟରେ ତଦନ୍ତକାରୀ ଅଧିକାରୀ ଦୁର୍ଗେଶ ନନ୍ଦିନୀ ତଦନ୍ତ ସାରି କୋର୍ଟରେ ଚାର୍ଜସିଟ ଦାଖଲ କରିବା ପରେ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ହୋଇପାରିଥିଲା। ସେ ପୂର୍ବରୁ ରାଜ୍ୟ ଡିଜିପି ଡିସ୍କ ମେଡାଲ ମଧ୍ୟ ପାଇସାରିଛନ୍ତି।

ସୂଚନାଯୋଗ୍ୟ ୨୦୧୮ ମସିହାରୁ ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖରେ ଏହି ପଦକ ପାଇବାକୁ ମନୋନୀତ ପୋଲିସ ଅଧିକାରୀଙ୍କ ନାମ ଘୋଷଣା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ପଦକ ପାଇଁ ଚଳିତ ବର୍ଷ ସିବିଆଇରୁ ୧୫, ଏନ୍‌ଆଇଏରୁ ୧୨, ଉତ୍ତରପ୍ରଦେଶରୁ ୧୦, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡୁରୁ ୮, ମଧ୍ୟପ୍ରଦେଶରୁ ୭ ଓ ଗୁଜରାଟରୁ ୬ ଜଣ ଲେଖାଏଁ ମନୋନୀତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button