ବିଜେଡି-ବିଜେପି ମେଣ୍ଟର ପ୍ରଶ୍ନ ଉଠୁନାହିଁ : ଅପରାଜିତା

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟର ପ୍ରଶ୍ନ ଉଠୁନାହିଁ। ବିଜେପି ଏକାକୀ ନିର୍ବାଚନ ଲଢ଼ିବ। ନିର୍ବାଚନ ଯେତେବେଳେ ହେବ ସେଥିପାଇଁ ବିଜେପି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଖବର ଅନୁଯାୟୀ ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ରାଜ୍ୟ ସରକାର କାହିଁକି ଆଗୁଆ ନିର୍ବାଚନ କରାଇବାକୁ ଚାହୁଁଛନ୍ତି ? ୫ବର୍ଷ ପାଇଁ ଜନାଦେଶ ମିଳିଛି। ତେଣୁ ୫ବର୍ଷ କାମ କରନ୍ତୁ।

ଅନ୍ୟପକ୍ଷରେ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟ ଉପରେ ବିଜେଡି ମୁଖପାତ୍ର ତଥା ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ଓଡ଼ିଶା ସରକାର କେଉଁଠି ଆଗୁଆ ନିର୍ବାଚନ ପାଇଁ କହିନାହାନ୍ତି। ବିଜୁ ଜନତା ଦଳ ଏକଥା କେବେ କହିନାହିଁ। ଅପରାଜିତା କେଉଁଠୁ ଏକଥା ଜାଣିଲେ ସେ ଜାଣିଥିବେ। ଯଦି ଆଗୁଆ ନିର୍ବାଚନ ହୁଏ କିଛି ନୂଆ କଥା ନୁହେଁ। ସାମ୍ବିଧାନିକ ବ୍ୟବସ୍ଥାରେ ସରକାର ଚାହିଁଲେ ୫ ବର୍ଷ ପୂର୍ବରୁ ସରକାର ଭାଙ୍ଗିପାରିବେ।

Leave a Reply

Your email address will not be published. Required fields are marked *

Back to top button