ବସ୍‌ରୁ ୨୨୮ କଫ ସିରପ ଜବତ

ବଲାଙ୍ଗୀରି : ଭୁବନେଶ୍ୱରରୁ ବରଗଡ଼ର ଗାଈସିଲେଟ ଯାଉଥିବା ସରକାରୀ ବସ୍‌ରୁ ୨୨୮ କଫ ସିରପ ଜବତ। ଚାଲାଣ କରୁଥିବା ଅଭିଯୋଗରେ ଲୋଇସିଂହା ଥାନା ପୋଲିସ ଜଣକୁ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଭୁବନେଶ୍ୱରରୁ ଗାଈସିଲେଟ ଯାଉଥିବା ସରକାରୀ ବସ୍‌ରେ କଫସିରପ ଚାଲାଣ ହେଉଥିବା ସୂଚନା ପାଇ ଲୋଇସିଂହା ପୋଲିସ ଚାରିଛକ ନିକଟରେ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ମିଳିଥିଲା ୨୨୮ କଫ ସିରପ। ଏହି ମାମଲାରେ ସାଧୁପାଲି ଗାଁର ହେମନ୍ତ ସହୁକୁ ଗିରଫ କରାଯାଇଛି। ତେବେ ଜବତ କଫ୍‌ ସିରପ କେଉଁଠିକୁ ଚାଲାଣ ହେଉଥିଲା ଜଣାପଡ଼ିନଥିଲେ ହେଁ ପୋଲିସ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button