ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ରାଜ୍ୟ ଦାବି : ଜିଜେଏମ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସହ ହାତ ମିଳାଇଲା

ନୂଆଦିଲ୍ଲୀ : ଉତ୍ତର ବେଙ୍ଗଲକୁ ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ରାଜ୍ୟ ମାନ୍ୟତା ଦାବି। ଏହି ପ୍ରସଙ୍ଗ ନେଇ ଆଜି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା (ଜିଜେଏମ) ‌ଅନ୍ୟ ଦୁଇ ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ସହ ହାତ ମିଳାଇଛି। ଏହି ଗୋଷ୍ଠୀ ହେଲା କାମତାପୁର ପ୍ରୋଗ୍ରେସିଭ ପାର୍ଟି (କେପିପି) ଓ ବୀର ବର୍ସା ମୁଣ୍ଡା ଉନମିଲାନ ସମିତି (ବିବିଏମୟୁଏସ୍‌)।

ଖବର ଅନୁଯାୟୀ ଉତ୍ତର ବେଙ୍ଗଲରେ ଥିବା ଦାର୍ଜିଲିଂ, କାଲିମପୋଙ୍ଗ, କୁଚ୍ଚ ବେହେରା, ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର, ଜଲପାଇଗୁଡ଼ି, ଅଲୀପୁରାଦୌର ଓ ମାଲଦା ଭଳି ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ଗଠନ କରାଯାଉ। ଏହି ଦାବି ନେଇ ଦୀର୍ଘଦିନ ହେଲା ଜିଜେଏମ ଅଭିଯାନ ଜାରି ରଖିଛି। ଦାର୍ଜିଲିଂ ବୈଠକ ପରେ ଅନ୍ୟ ଦୁଇ ଗୋଷ୍ଠୀ ସହ ହାତ ମିଳାଇବା ଜିଜେଏମ ଘୋଷଣା କରିଛି।

ବୈଠକରେ ଜିଜେଏମର ସଭାପତି ବିମଳ ଗୁରୁଙ୍ଗ, ସାଧାରଣ ସମ୍ପାଦକ ରୋଶନ ଗିରି, କେପିପି ସଭାପତି ଅଧୀର ରୟ, ଉପସଭାପତି ବୁଧାରୁ ରୟ, ବିବିଏମୟୁଏସ୍‌ର ଆବାହକ କିଶୋର ବ୍ରୋଜୋ ସାମିଲ ହୋଇଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ସେମାନେ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିକୁ ଉଠାଇବେ। ନିର୍ବାଚନ ପ୍ରଚାର ସମୟରେ ଏହା ହେବ ମୁଖ୍ୟ ପ୍ରସଙ୍ଗ।

Leave a Reply

Your email address will not be published. Required fields are marked *

Back to top button