ଆଫଗାନିସ୍ତାନ : ହୋଟେଲ ଉପରେ ଏୟାର ଷ୍ଟ୍ରାଇକ୍‌

କାବୁଲ : ଆଫଗାନିସ୍ତାନ ଖୋସ୍ତରେ ଏକ ହୋଟେଲ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଅହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଏହି ହୋଟେଲକୁ ପାକିସ୍ତାନୀ ତାଲିବାନ ହାଫିଜ ଗୁଲ ବାହାଦୂର ଦଳର କିଛି କର୍ମୀ ଆସୁଥିବାରୁ ଏହାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ତେବେ ଆକ୍ରମଣ ପାଇଁ କିଏ ଦାୟୀ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଲିବାନ ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନକୁ ଫେରିବାର ଦୁଇବର୍ଷ ପୂରଣର ନେଇ ପୂର୍ତ୍ତି ପାଳନ କରିଥିଲା। ହେଲେ ଆଜି ଏହି ଆକ୍ରମଣ କରାଯାଇଛି।

ସୂଚନାଯୋଗ୍ୟ ୨୦୨୧ରେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରଠାରୁ ରାଜଧାନୀ କାବୁଲରେ ବୋମା ଫୁଟୁଥିଲା। ବୋମା ବିସ୍ଫୋରଣ ପରି ବିଭିନ୍ନ ହିଂସାକାଣ୍ଡରେ ୧୦୦୦ରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଛି। ମସଜିଦ୍‌ ଓ ବଜାରରେ ହିଂସାର ନିଆଁ କୁହୁଳିଥିଲା। ତାଲିବାନ୍‌ ଭୟରେ ଆଫଗାନିସ୍ତାନର ଅନେକ ଲୋକ ବିଶେଷକରି ମହିଳାମାନେ ଅତ୍ୟାଚାର ପାଇଁ ଦେଶ ଛାଡ଼ିଥିଲେ।

Leave a Reply

Your email address will not be published. Required fields are marked *

Back to top button