ହିମାଚଳପ୍ରଦେଶରେ ଭୂସ୍ଖଳନ : ୫୧ ଶ୍ରଦ୍ଧାଳୁଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ହିମାଚଳପ୍ରଦେଶରେ ପ୍ରକୃତିର କରାଳରୂପ। ଭୂସ୍ଖଳନ ଯୋଗୁ ୫୧ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

janatakhabar.in

ଖବର ଅନୁଯାୟୀ ଆଜି ଶ୍ରାବଣମାସ ଶେଷ ସୋମବାରରେ ହିମାଚଳପ୍ରଦେଶ ରାଜଧାନୀ ସିମଲାର ସମରହିଲ ଶିବମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗିଥିଲା। କିନ୍ତୁ ସେମାନେ ମୃତ୍ୟୁମୁଖରେ ପଡିବେ ଶ୍ରଦ୍ଧାଳୁଙ୍କୁ ଜଣାନଥିଲା। ହଠାତ ଘଟିଲା ଭୂସ୍ଖଳନ। ପାହାଡ ପାଦ ଦେଶରେ ଥିବା ଶିବ ମନ୍ଦିର ଉପରକୁ ଖସିଥିଲା ବଡ ବଡ ପଥରଖଣ୍ଡ। କେହି କିଛି ବୁଝିବା ଆଗରୁ ମନ୍ଦିର ଦବି ଯାଇଥିଲା। ଅନେକ ଭକ୍ତ ପଥରଖଣ୍ଡ ତଳେ ଚାପି ହୋଇ ଯାଇଥିଲେ। ଏନଡିଆରଏଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରୁଥିଲେ ହେଁ ୫୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ପଥରଖଣ୍ଡ ତଳେ କିଛି ଲୋକ ଚାପିହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧିର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *

Back to top button