ଆଭୋକାଡୋ ମଧୁମେହ ଓ ହୃଦ୍‌ଘାତ ପାଇଁ ଉପକାରୀ

ସୁସ୍ଥ ରହିବା ପାଇଁ ସନ୍ତୁଳିତ ଆହାରର ଆବଶ୍ୟକତା ରହିଛି। ସେଥିପାଇଁ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବାକୁ ସାମିଲ୍‌ କରିବାକୁ ଦିଆଯାଇଛି ପରାମର୍ଶ। ଏ ମଧ୍ୟରେ ରହିଛି ଲୋକେ ପସନ୍ଦ କରୁଥିବା ଫଳ ଆଭୋକାଡୋ। ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ ଓ ପୋଷାକ ତତ୍ତ୍ୱରେ ଭରପୁର। ଏହା ମଧୁମେହ ଓ ହୃଦ୍‌ଘାତ ପାଇଁ ବେଶ ଉପକାରୀ। ଆସନ୍ତୁ ଜାଣିବା ସେ ସମ୍ପର୍କରେ ..।

ଆଭୋକାଡୋ ନିୟମିତ ୫ ସପ୍ତାହ ଖାଇବା ଦ୍ୱାରା ବଢିଥିବା ଲିପିଡ୍‌ ପ୍ରୋଫାଇଲ୍‌ସ୍ତରକୁ କମ୍‌ କରିବା ସହିତ ଟ୍ରାଇଗ୍ଲିସରାଇଡସ୍‌ ଓ ଏଲ୍‌ଡିଏଲ୍‌କୁ କମ୍‌ କରି ଏଚ୍‌ଡିଏଲ୍‌କୁ ବଢାଇଥାଏ।

ଅନ୍ତଃନଳୀରେ ଜମୁଥିବା ଚର୍ବି ମଧୁମେହର କାରଣ। ତେଣୁ ଦିନକୁ ଅଧା ଆଭୋକାଡୋ ଖାଇବା ଦ୍ୱାରା ଶର୍କରା ବୃଦ୍ଧିକୁ ନିୟନ୍ତ୍ରିତ କରାଯାଇପାରିବ। ନିୟମିତ ଖାଇଲେ ପେଟର ଚର୍ବି ଓ ଅନ୍ତଃନଳୀରେ ଜମୁଥିବା ଚର୍ବିକୁ କମ୍‌ କରିଥାଏ।

ଅନ୍ୟାନ୍ୟ ଖାଦ୍ୟ ଅପେକ୍ଷା ଆଭୋକାଡୋ ଅଧିକ ଆଣ୍ଟି ଅକ୍ସିଡାଣ୍ଟ ଅବଶୋଷଣ କରିଥାଏ। ଏହାକୁ ଟମାଟୋ ସସ୍‌ ଓ ଗାଜର ମିଶାଇ ଖାଇଲେ ଭିଟାମିନ୍‌ ଏ’ର ଅବଶୋଷଣ ବଢିଥାଏ। ଯାହା ଚର୍ମ, ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button