ପାଇପ ଚୋରି ଗ୍ୟାଙ୍ଗ୍‌ର ୯ ଗିରଫ

ସମ୍ବଲପୁର : ସମ୍ବଲପୁର ପୋଲିସ ପାଇପ ଚୋରି ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ ଗିରଫ କରିଛି। ଏହି ଗ୍ୟାଙ୍ଗ ପାନୀୟ ଜଳ ଯୋଗାଣ ପାଇଁ କାମ ଚାଲିଥିବା ସ୍ଥାନରୁ ପାଇପ୍ ଚୋରି କରିଥାନ୍ତି।

ଖବର ଅନୁଯାୟୀ ହୀରାକୁଦ ଥାନାରେ ପାଇପ ଚୋରି ନେଇ ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ କରୁଥିବା ବେଳେ ପୋଲିସ ଗ୍ୟାଙ୍ଗର ୯ ଜଣଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୩୧ଟି ଡିଆଇ ପାଇପ, ୧୦ଟି ମୋବାଇଲ ଫୋନ, ଗୋଟିଏ ଟ୍ରକ, ଦୁଇଟି କାର ଓ ନଗଦ ୮୭ ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ସମ୍ବଲପୁର ଭୂତାପଦର ଅଞ୍ଚଳର ଗ୍ୟାଙ୍ଗ୍ ଲିଡର ମହମ୍ମଦ ଇମ୍ରାନ ଓରଫ ମୁନା ରହିଛି। ଏହାଛଡା ହୀରାକୁଦ ଥାନା ଅଞ୍ଚଳର ବାସୁଦେବ ଓରାମ, ଯଶୋବନ୍ତ ଭୋଇ, ସମ୍ବଲପୁର ଟାଉନ ଥାନା ଅଞ୍ଚଳର ବିକାଶ ଦାସ, କ୍ଷେତରାଜପୁର ଅଞ୍ଚଳର କାଲୁ ଓରଫ ଫିରୋଜ ଖାନ, ପଶ୍ଚିମବଙ୍ଗର ଅମିତ ସାମନ୍ତ, କଟକର ସନ୍ଦୀପ କୁମାର ଅଗ୍ରୱାଲ, ଛତିଶଗଡ଼ର ରାୟପୁରର ସଞ୍ଜୀବ ପଣ୍ଡିତ ଓ ଅନୀଲ ପାନସରୀ ଗିରଫ ହୋଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହି ଗ୍ୟାଙ୍ଗ ବୌଦ୍ଧ, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାର ୩୦ଟି ସ୍ଥାନରୁ ପାଇପ ଚୋରି କରିଛି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button