ବାପା-ମା’ଙ୍କ ସେବା କରୁଥିବା ପୁଅ-ଝିଅଙ୍କୁ ମିଳିବ ୧୫ ଲକ୍ଷ

ଗାଙ୍ଗଟକ : ଯେଉଁ ପୁଅ ଓ ଝିଅମାନେ ବୃଦ୍ଧ ପିତାମାତାଙ୍କ ସେବା କରୁଥିବେ ସେମାନଙ୍କୁ ମିଳିବ ‘ଶ୍ରବଣ କୁମାର ପୁରସ୍କାର’। ସ୍ୱାଧୀନତା ଦିବସରେ ସିକ୍କିମ ସରକାର ଏହି ଯୋଜନା ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ଗାଙ୍ଗଟକର ପଲଜୋର ଷ୍ଟାଡିୟମରେ ସିକିମ ୭୭ ତମ ସ୍ୱାଧୀନତା ଦିବସ ପାଳନ କରିଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ଗୋଲେ କହିଛନ୍ତି ଆଜିର ଯୁଗରେ ବାପାମାଆମାନେ ସେମାନଙ୍କ ପିଲାମାନଙ୍କୁ ବୃଦ୍ଧାଶ୍ରମରେ ରହିବାକୁ ବାଧ୍ୟ କରୁଛନ୍ତି। ସିକ୍କିମ୍ ଓ ଆମ ସଂସ୍କୃତିରେ ପୂର୍ବରୁ ଏହା କେବେ କଳ୍ପନା କରାଯାଉ ନଥିଲା। ଏହିପରି ପରିବର୍ତ୍ତନକୁ ଏଡାଇବା ପାଇଁ, ଆମେ ପ୍ରତିବର୍ଷ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରେ ବାପାମାଆଙ୍କୁ ସେବା କରୁଥିବା ପୁଅ ଓ ଝିଅମାନଙ୍କୁ ‘ଶ୍ରବଣ କୁମାର ପୁରସ୍କାର’ ଦେବାକୁ ଘୋଷଣା କରୁଛୁ। ପବିତ୍ର ପୁସ୍ତକ ରାମାୟଣର ଚରିତ୍ର ଶ୍ରବଣ କୁମାରଙ୍କ ନାମରେ ଏହି ପୁରସ୍କାରର ନାମକରଣ କରାଯାଇଛି।

ସିକ୍କିମ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ସମାଜ କଲ୍ୟାଣ ବିଭାଗକୁ ପୁରସ୍କାର ସମ୍ବନ୍ଧୀୟ ନିୟମାବଳୀ ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ପାଇଁ ନୋଡାଲ ବିଭାଗ କରାଯାଇଛି। ପ୍ରଥମ ପୁରସ୍କାର ବିଜେତାଙ୍କୁ ୧୫ ଲକ୍ଷ ଟଙ୍କା, ଦ୍ୱିତୀୟ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଓ ତୃତୀୟ ବିଜେତାଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *

Back to top button