୨୦୨୪ ନିର୍ବାଚନ : ବିଜେପି ଟାର୍ଗେଟରେ ଯୁବ ଓ ନୂଆ ଭୋଟର

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ବା ବିଜେପି ନୂଆ ରଣନୀତି ପ୍ରସ୍ତୁତ କରୁଛି। ଟାର୍ଗେଟରେ ଯୁବ ଓ ନୂଆ ଭୋଟର। ମତଦାତା ସଚେତନ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଏମାନଙ୍କୁ ଦଳସହ ଯୋଡାଯିବ। ଏହି ଭୋଟର କିପରି ବିଜେପି ସପକ୍ଷରେ ମତଦାନ କରିବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ ଜଣିଆ ଟିମ ରହିବେ।

ଖବର ଅନୁଯାୟୀ ଏହି ଟିମରେ ଜଣେ ଆଇନଜୀବୀ କାର୍ଯ୍ୟକର୍ତ୍ତା, ଜଣେ ନିର୍ବାଚିତ ବିଧାୟକ, ବ୍ଲକ ଚେୟାରମ୍ୟାନ କିମ୍ବା ଜିଲ୍ଲା ପରିଷଦ ସଦସ୍ୟ ରହିବେ। ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା କିମ୍ବା ବିଧାନସଭା ପାଇଁ ରାଜ୍ୟରୁ ମନୋନୀତ ବିଏଲଏ-୧, ସାମାଜିକ ଗଣମାଧ୍ୟମ ଲାଗି ଜଣେ କର୍ମକର୍ତ୍ତା ଓ ଜଣେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ରହିବେ।

ସେହିପରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୟୁଥ କନେକ୍ଟ କାର୍ଯ୍ୟକ୍ରମ ଓ ମିଲେନିୟମ ଭୋଟର କାର୍ଯ୍ୟକ୍ରମ କରାଯାଉଛି। ୨୦୦୦ ମସିହା ପରଠାରୁ ଜନ୍ମ ନେଇଥିବା ଫାଷ୍ଟ ଟାଇମ୍ ଭୋଟର, ଯେଉଁମାନେ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ସେମାନଙ୍କୁ ମିଲେନିୟମ ଭୋଟର ଭାବେ ଦଳ ଟାର୍ଗେଟ କରିବ। ପ୍ରତ୍ୟେକ ବୁଥ ପାଇଁ ସର୍ବିନିମ୍ନ ୫୦ ଭୋଟର ହିସାବରେ ବିଧାନସଭାରେ ଅନ୍ତତଃ ୧୦ହଜାର ନୂଆ ଭୋଟରଙ୍କ ନାଁ ପଞ୍ଜିକରଣ କରିବାକୁ ଦଳ ଲକ୍ଷ୍ୟ ରଖିଛି। ରାଜ୍ୟ ଓ ଜାତୀୟ ରାଜନୀତିକୁ ଯୁବ ଓ ନୂଆ ଭୋଟର ପ୍ରଭାବିତ କରୁଥିବାରୁ ବିଜେପି ସେମାନଙ୍କୁ ଫୋକସରେ ରଖିଛି।

Leave a Reply

Your email address will not be published. Required fields are marked *

Back to top button