ସେନା ଗାଡ଼ି ଖାତରେ ଖସିପଡ଼ିବାରୁ ୯ ଯବାନ ସହିଦ

ଲେହ : ଲଦାଖର ରାଜଧାନୀ ଲେହର କେରିକିରେ ଏକ ସେନା ଗାଡ଼ି ଖାତରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୯ ଯବାନ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।

ଖବର ଅନୁଯାୟୀ ଲେହ ନିକଟସ୍ଥ କେରିକି ଗାଁରେ ସେନା ଗାଡ଼ିଟି ଯାଉଥିବାବେଳେ ଏକ ଖାଲକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୯ ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି। ଟ୍ରକରେ ୨ ଜଣ ଜେସିଓ ଓ ୭ ଜଣ ଯବାନ ଥିଲେ। ଗୋଟିଏ ଏସୟୁଭି, ଟ୍ରକ୍ ଓ ଆମ୍ବୁଲାନ୍ସ ସମେତ ୩ଟି ଗାଡ଼ିରେ ମୋଟ ୩୪ ଜଣ ଯବାନଙ୍କୁ ନେଇ ଗଠିତ ଏକ ରେକି ପାର୍ଟି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

Leave a Reply

Your email address will not be published. Required fields are marked *

Back to top button