୫ଟି ସଚିବଙ୍କୁ କାଳିମାଡ : ଗିରଫ ଭାସ୍କରଙ୍କ ପତ୍ନୀ କହିଲେ ମୋ ସ୍ୱାମୀ ଠିକ୍ କରିଛନ୍ତି

ଭୁବନେଶ୍ଵର : ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ ଘଟଣାକୁ ସମର୍ଥନ କରିଛନ୍ତି ଭାସ୍କର ସାହୁଙ୍କ ପତ୍ନୀ ପ୍ରିୟଙ୍କା ମାନସିଂହ। ସେ କହିଛନ୍ତି ତାଙ୍କ ସ୍ୱାମୀ ଠିକ୍ କରିଛନ୍ତି।

ଖବର ଅନୁଯାୟୀ ପ୍ରିୟଙ୍କା କହିଛନ୍ତି ତାଙ୍କ ସ୍ୱାମୀ କୌଣସି ରାଜନୈତିକ ଦଳର ନୁହଁନ୍ତି କିମ୍ବା କେଉଁ ଦଳକୁ ସମର୍ଥନ କରନ୍ତି ନାହିଁ। ସେ ଜଣେ ଏଲଆଇସି ଏଜେଣ୍ଟ ଏବଂ ସାମାଜିକ କାମରେ ମଧ୍ୟ ଲିପ୍ତ ରହିଥାନ୍ତି। ଅନେକ ଥର ଲୋକଙ୍କ ସୁବିଧା ଅସୁବିଧା ନେଇ ସେ ନେତା ମନ୍ତ୍ରୀଙ୍କ ପାଖକୁ ଯାଇଥାନ୍ତି। ସେଠାରୁ ନିରାଶ ହେବା ପରେ ଆଜି ଏପରି କାମ କରିଛନ୍ତି।

କେବଳ ସେତିକି ପ୍ରିୟଙ୍କା କହିଛନ୍ତି ଆଜିର ଦିନରେ ସରକାର ଶହେ ଟଙ୍କା ଦେଲେ ଲୋକଙ୍କୁ ମାତ୍ର ଟଙ୍କାଟିଏ ମିଳୁଛି। ସରକାରଙ୍କ ବାକିତକ ଟଙ୍କା ବାଟମାରଣା ହେଉଛି। ତେଣୁ ମୋତେ ଆଜି ଗର୍ବ ଲାଗୁଥିବାରୁ ମୁଁ ମୋ ସ୍ୱାମୀଙ୍କ କାମକୁ ପୂରା ସମର୍ଥନ କରୁଛି।

ସୂଚନାଯୋଗ୍ୟ ସତ୍ୟବାଦୀ ଉକ୍ରଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ଭି.କେ. ପାଣ୍ଡିଆନଙ୍କ ଉପରେ କାଳିମାଡ ହେଇଥିଲା। ଏପରି କରିଥିଲେ କଣାସ ଅଞ୍ଚଳର ଭାସ୍କର ସାହୁ। ପରେ ପୋଲିସ ତାଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button