Tue. Oct 15th, 2019

ଏଟିଏମରୁ ଆଉ ବାହାରିବନି ୨୦୦୦ ଟଙ୍କିଆ ନୋଟ୍ : ଆର୍.ବି.ଆଇ

ନୂଆଦିଲ୍ଲୀ : ବ୍ୟାଙ୍କର ଏଟିଏମରୁ ୨୦୦୦ଟଙ୍କିଆ ନୋଟ ବାହାରିବା ଖୁବ୍ ଶିଘ୍ର ବନ୍ଦ ହୋଇଯିବ।  ଏବେ ଧୀରେ ଧୀରେ ଏହି ୨୦୦୦ଟଙ୍କିଆ ନୋଟକୁ ବ୍ୟାଙ୍କ ଏଟିଏମରୁ କମ୍ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।  ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ନିର୍ଦ୍ଦେଶକ୍ରମେ ପ୍ରଥମେ ଏହି କାମ ଭାରତୀୟ ଷ୍ଟେଟ ବ୍ୟାଙ୍କ କରୁଥିବା ଜଣାଯାଇଛି।  ଯଦି ଗ୍ରାହକଙ୍କୁ ୨୦୦୦ ଟଙ୍କିଆ ନୋଟ୍ ଦରକାର ତେବେ ସେମାନେ ବ୍ୟାଙ୍କରୁ ଆଣିପାରିବେ।

ଆରବିଆଇର ନିର୍ଦ୍ଦେଶ ଅନୁସାରେ ଛୋଟ ଛୋଟ ସହରରେ ଥିବା ଏଟିଏମ ଗୁଡ଼ିକରୁ ୨୦୦୦ଟଙ୍କିଆ ନୋଟ ରହୁଥିବା ବକ୍ସକୁ ବାହାର କରାଯାଉଛି ଏପର୍ଯ୍ୟନ୍ତ ବଡ ସହରରେ ଏହା ଆରମ୍ଭ କରାଯାଇ ନାହିଁ। କାଳେ ଲୋକେ ମନେ କରିବେ ଯେ ୨୦୦୦ଟଙ୍କିଆ ବନ୍ଦ ହୋଇଛି ଏଥିଲାଗି ବ୍ୟାଙ୍କ ପକ୍ଷରୁ ଏହି କାମ ଖୁବ୍ ସତର୍କତାର ସହ କରାଯାଉଥିବା କୁହାଯାଉଛି ୨୦୦୦ଟଙ୍କିଆ ବକ୍ସ ଜାଗାରେ ଏଟିଏମରେ ଏସବିଆଇ ୧୦୦, ୨୦୦ ଓ ୫୦୦ ଟଙ୍କିଆ ବକ୍ସ ବୃଦ୍ଧି କରୁଥିବା ଜଣାଯାଇଛି । ଏସବିଆଇ ଏହି କାମ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର କାନପୁର ମଣ୍ଡଳର ଉନ୍ନାଓ ଜିଲ୍ଲାରୁ ଏହା ଆରମ୍ଭ କରିଛି। ଏସବିଆଇର ଏଟିଏମରୁ ଆଉ ମିଳିବନି ୨୦୦୦ ଟଙ୍କିଆ ନୋଟ୍।

ହଠାତ ଏଟିଏମରୁ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେବାପରେ ବିଭିନ୍ନ ପ୍ରକାର ଗୁଜବ ସୃଷ୍ଟି ହୋଇପାରେ। ଲୋକମାନେ ଭାବିପାରନ୍ତି ନୋଟ ଅଚଳ, ହୋଇଯାଇଛି, କିନ୍ତୁ ଏହା ସତ କଥା ନୁହେଁ। ୨୦୦୦- ଟଙ୍କିଆ ନୋଟର ବଡ ଅସୁବିଧା ହେଲା ଏହାକୁ ଭଙ୍ଗାଇବାକୁ କ ଭାରି ଅସୁବିଧା ହୁଏ। କେହି ଏତେ ଟଙ୍କାକୁ ଭଙ୍ଗାଇବାକୁ ଚାହାନ୍ତି ନାହିଁ। ସାଧାରଣ ଲୋକଙ୍କର ୨୦୦୦ ଟଙ୍କିଆ ନୋଟ୍ ସମସ୍ୟା ସୃଷ୍ଟି କରୁଥିଲେ ମଧ୍ୟ ବ୍ୟବସାୟୀଙ୍କ ପାଇଁ ଖୁବ୍ ଭଳ।  ଉଲ୍କେଖନୀୟୖ ଯେ, ୨୦୧୬ ମସିହା ନଭେମ୍ବର ୮ରେ ହୋଇଥିବା ବିମୁଦ୍ରାକରଣ ସମୟରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *