Tue. Oct 15th, 2019

୧୭ ତାରିଖ ସୁଦ୍ଧା ରାମ ମନ୍ଦିର ନିର୍ମାଣ ହେବ : ବିଜେପି ବିଧାୟକ

ନୂଆଦିଲ୍ଲୀ : ପୁଣିଥରେ ରାମ ମନ୍ଦିର ନିର୍ମାଣ କଥା ଉଠାଇଛି ବିଜେପି । ଅଯୋଧ୍ୟା ଜମି ବିବାଦ ମାମଲା ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିବା ବେଳେ ରାଜସ୍ଥାନ ବିଜେପି ବିଧାୟକ ବଡ଼ ବୟାନ ଦେଇଛନ୍ତି।

ପାଲିର ବିଜେପି ବିଧାୟକ ଗୟାଚାନ୍ଦ ପାରଖ କହିଛନ୍ତି, “ନଭେମ୍ବର ୧୭ ସୁଦ୍ଧା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ। ସୁପ୍ରିମକୋର୍ଟ ନଭେମ୍ବର ୧୭ରେ ଅଯୋଧ୍ୟା ରାୟ ଶୁଣାଣିବେ। ତେଣୁ ରାୟ ଦେବା କ୍ଷଣି ଏଠାରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ। ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଅକ୍ଟୋବର ୧୭ ସୁଦ୍ଧା ସରିବ। ତେଣୁ ନଭେମ୍ବର ୧୮ ବେଳକୁ ଏଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବ। ଚଳିତ ବର୍ଷ ଆମ ପାଇଁ ବେଶ ଗୁରୁତ୍ୱ ବହନ କରୁଛି।” ଏହାପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଖୁବଶୀଘ୍ର ଏଠାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *