ଚନ୍ଦ୍ରଯାନ-୩ ପ୍ରତିକ୍ରିୟା : ପ୍ରକାଶ ରାଜଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩କୁ ନେଇ ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ୍ ସୋସିଆଲ ମିଡିଆରେ ମଜାକ ଉଡ଼ାଇଥିଲେ। ଏଥିପାଇଁ ତାଙ୍କୁ ସମାଲୋଚନା କରି ଟ୍ରୋଲ କରାଯିବା ସହିତ ପ୍ରକାଶଙ୍କ ବିରୋଧରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର ବନହଟ୍ଟି ଥାନାରେ ମାମଲା ରୁଜୁ ହୋଇଛି। ହିନ୍ଦୁ ସଙ୍ଗଠନର ନେତାମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଖବର ଅନୁଯାୟୀ ଚନ୍ଦ୍ରର ଅନେକ ଫଟୋ ସାମ୍ନାକୁ ଆସିବା ପରେ ଏହାକୁ ସମାଲୋଚନା କରି ପ୍ରକାଶ ରାଜ୍ ଏକ୍ସରେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ଜଣେ ବ୍ୟକ୍ତି ଲୁଙ୍ଗି ପିନ୍ଧିଥିବା ସହ ଚା’ ଢ଼ାଳୁଥିବା ଦେଖିବାକୁ ମିଳୁଛି। ଏଭଳି ଫଟୋ ପୋଷ୍ଟ କରି ପ୍ରକାଶ ରାଜ୍ ଲେଖିଛନ୍ତି ଚନ୍ଦ୍ରରୁ ବିକ୍ରମ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ। ଏହାପରେ ହାସଟ୍ୟାଗ୍ ଦେଇ ଜଷ୍ଟ ଆସ୍କିଙ୍ଗ ବୋଲି ସେ ଲେଖିଛନ୍ତି। ଏଭଳି ପୋଷ୍ଟ ପରେ ଏକ୍ସ ବ୍ୟବହାରକାରୀ ପ୍ରକାଶ ରାଜଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। କଂଗ୍ରେସର ବରିଷ୍ଠ ନେତା ଅଭିଷେକ ସିଂବୀ ପ୍ରକାଶଙ୍କ ପୋଷ୍ଟକୁ ଲଜ୍ଜାଜନକ ବୋଲି କହିଥିଲେ।

ସୂଚନାଯୋଗ୍ୟ ଅଗଷ୍ଟ ୨୩ ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଏଥିପାଇଁ ରବିବାର ସକାଳେ ଦ୍ଵିତୀୟ ତଥା ଚୂଡ଼ାନ୍ତ ବେଗହ୍ରାସ ପ୍ରକ୍ରିୟା ସଫଳତାର ସହିତ ସମ୍ପନ୍ନ କରାଯାଇଥିଲା।ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଜୁଲାଇ ୧୪ ତାରିଖ ଦିନ ଉତ୍‌କ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ-୩ ଅଗଷ୍ଟ ୫ ତାରିଖ ଦିନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା।

Leave a Reply

Your email address will not be published. Required fields are marked *

Back to top button