ସାରଦା ଚିଟଫଣ୍ଡର ରାଜ୍ୟ ସଂଯୋଜକ ଓ ବ୍ରାଞ୍ଚ ମ୍ୟାନେଜରଙ୍କୁ ୫ବର୍ଷର ଜେଲଦଣ୍ଡ

ବାଲେଶ୍ଵର : ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ଼ କମ୍ପାନିର ରାଜ୍ୟ ସଂଯୋଜକ ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ଵର ଶାଖାର ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ ବର୍ଷ ଲେଖାଏଁ ଦଣ୍ଡ। ବାଲେଶ୍ଵର ସ୍ୱତନ୍ତ୍ର ଓପିଆଇଡି କୋର୍ଟର ଜଜ ବିଶ୍ୱଜିତ ଦାସ ଏହି ରାୟ ଶୁଣାଇଥିବା ବେଳେ ଉଭୟଙ୍କୁ ୨ ଲକ୍ଷ ୪୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଏହା ଅନାଦେୟ ହେଲେ ୨ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି।

ଖବର ଅନୁଯାୟୀ ସାରଦା ରିୟଲିଟି ଓ ସାରଦା ଟୁର ଆଣ୍ଡ ଟ୍ରାଭେଲ୍ସ ଜମାକାରୀଙ୍କୁ ପ୍ରଲୋଭିତ କରି ସଂସ୍ଥା ବିଭିନ୍ନ ସ୍କିମରେ ୨୭୩୫ ଜଣ ଜମାକାରୀଙ୍କ ଠାରୁ ୪ କୋଟି ୧୬ ଲକ୍ଷ ଟଙ୍କା ଠକି ନେଇଥିଲା। ଠକେଇକୁ ନେଇ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁରେ ମାମଲା ରୁଜୁ ହୋଇଥିଲା। ୬୫ ଜଣ ସାକ୍ଷୀ, ୧୪୪ଟି ଦଲିଲ ଓ ଦସ୍ତାବିଜକୁ ଭିତ୍ତିକରି ଆଜି କୋର୍ଟ ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *

Back to top button