ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ଅକ୍ଟୋବରରେ ସରିବ, ଭକ୍ତଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ଆସନ୍ତା ଅକ୍ଟୋବର ମାସରେ ଶେଷ ହେବ। ଫଳରେ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଭକ୍ତଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ନିର୍ମିତ ଶୌଚାଳୟକୁ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ନେଇ

ଖବର ଅନୁଯାୟୀ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବଢ଼ା ଯୋଜନା ନେଇ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି ଅବଢ଼ା ଯୋଜନା ଓ ପରିକ୍ରମ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଛି। ଅକ୍ଟୋବର ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରିବାକୁ ଚେଷ୍ଟା କରାଯାଉଛି। ୨ଟି ସ୍ଥାନ (ଶ୍ରୀମନ୍ଦିର ପ୍ରଶାସନ କୋଠା ଓ ଏମାର ମଠ)ରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବ। ଶ୍ରୀମନ୍ଦିର ପ୍ରଶାସନ କୋଠାରେ ୨ ହଜାର ଓ ଏମାର ମଠ ଅଭ୍ୟର୍ଥନା କୋଠାରେ ୧ ହଜାର ଭକ୍ତ ରହିପାରିବେ। ରାମ୍ପ ବ୍ୟବସ୍ଥା ନେଇ ଏଏସ୍‌ଆଇ ପଦକ୍ଷେପ ନେଇଛି। ଆଗାମୀ ୨ରୁ ୩ ମାସ ମଧ୍ୟରେ ରାମ୍ପ କାର୍ଯ୍ୟ ଶେଷ ହେବ। ଏମାର ମଠ ପଛପଟେ ରଘୁନନ୍ଦନ ପାଠାଗାର ପାଇଁ ଟେଣ୍ଡର ହୋଇଛି। ବୈଠକରେ ଉପଜିଲ୍ଲାପାଳ ଭବତାରଣ ସାହୁ, ପରିଚାଳନା କମିଟି ସଦସ୍ୟ ଓ ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ଅଧିକାରୀମାନେ ଉପସ୍ଥିତଥିଲେ।

Leave a Reply

Your email address will not be published. Required fields are marked *

Back to top button