ଅନୁଗୁଳ ଡିଆଇଡିଙ୍କୁ ପୋଲିସ ହେଡକ୍ୱାଟରକୁ ବଦଳି

ଭୁବନେଶ୍ଵର : ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ପୋଲିସ ମୁଖ୍ୟାଳୟ କଟକକୁ ବଦଳି ହୋଇଛି। ଜଣେ ମହିଳା ହୋମଗାର୍ଡଙ୍କୁ ତାଙ୍କ ପତ୍ନୀ ନିର୍ଯାତନା ଦେଇଥିବା ଅଭିଯୋଗ ଆଧାରରେ ହୋଇଛି ଏହି ଏହି କାର୍ଯ୍ୟାନୁଷ୍ଠାନ।

ସୂଚନାଯୋଗ୍ୟ ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ସହି ନପାରି ମହିଳା ହୋମଗାର୍ଡ ସୈରିନ୍ଦ୍ରୀ ସାହୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ଦୁଇଟି ଗୋଡ଼ କଟି ଯାଇଥିବାରୁ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରିବା ସହିତ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button