ୱାଲଟିଅର ଡିଭିଜନର ୧୦ଟି ଟ୍ରେନ୍‌ ବାତିଲ୍

ଜୟପୁର : ପୂର୍ବତଟ ରେଳପଥର ୱାଲଟିଅର ଡିଭିଜନର କୋତାବାଲସା-କୋରାପୁଟ ସେକ୍ସନର ଗୋରାପୁର-ଆରକୁ-ସିମିଳିଗୁଡା ଷ୍ଟେସନ ମଧ୍ୟରେ ପ୍ରି-ନନ୍ ଇଣ୍ଟର ଲକିଂ କାର୍ଯ୍ୟ ଯୋଗୁଁ ୬ଟି ଟ୍ରେନର ଚଳାଚଳକୁ ବାତିଲ କରାଯାଇଛି।

ମଙ୍ଗଳବାର ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ଟ୍ରେନ ନଂ ୧୮୫୧୨ବିଶାଖାପାଟଣା-କୋରାପୁଟ ଏକ୍ସପ୍ରେସକୁ ବାତିଲ କରାଯାଇଛି। ସେହିଭଳି ଏହି ଟ୍ରେନକୁ ୨୫, ୨୮ ଓ ସେପ୍ଟମ୍ବର ୧ତାରିଖ ଦିନ ବାତିଲ ରହିବ। କିରଣ୍ଡଲରୁ ଛାଡ଼ିବାକୁ ଥିବା ଟ୍ରେନ ନମ୍ବର ୧୮୫୧୧ କୋରାପୁଟ-ବିଶାଖାପାଟଣା ଏକ୍ସପ୍ରେସ୍ବା ତିଲ ହେବ। ସେହିଭଳି ଏହି ଟ୍ରେନ୍ ୨୬,୨୯ ଓ ୨ ତାରିଖ ବାତିଲ ରହିବ। ସେହିପରି ସୋମବାର ଠାରୁ ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ଟ୍ରେନ ନଂ ୧୮୫୧୪ବିଶାଖାପାଟଣା-କିରଣ୍ଡୁଲ ନାଇଟ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏହି ଟ୍ରେନକୁ ୨୫, ୨୮ ଓ ସେପ୍ଟମ୍ବର ୧ତାରିଖ ଦିନ ବାତିଲ ରହିବ। ସେଭଳି କିରଣ୍ଡଲରୁ ଛାଡ଼ିବାକୁ ଥିବା ଟ୍ରେନ ନମ୍ବର ୧୮୫୧୩ କିରଣ୍ଡଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସ୍ ଆଜି ଠାରୁ ୨୬,୨୯ ଓ ୨ ତାରିଖ ବାତିଲ ରହିବ। ବିଶାଖାପାଟଣାରୁ ଗତକାଲି ଛାଡୁଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ନମ୍ବର ୦୮୫୫୧ ବିଶାଖାପାଟଣା-କିରାଣ୍ଡଲକୁ ଆସନ୍ତା ସେପ୍ଟମ୍ବର ୧ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ମଙ୍ଗଳବାର ଠାରୁ କିରଣ୍ଡଲରୁ ଛାଡୁଥିବା ଟ୍ରେନ ନଂ ୦୮୫୫୨ କିରଣ୍ଡଲ-ବିଶାଖାପାଟଣା ସ୍ଵତନ୍ତ୍ର ପାସେଞ୍ଜର ଟ୍ରେନ ୨ତାରିଖ ପର୍ଯ୍ୟନ୍ତ ବାତିଲ ରହିବ ବୋଲି ଏକ ପ୍ରେସବିବୃତ୍ତିରେ ଡିଭିଜିନର ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଏ‌ କେ ତ୍ରିପାଠୀ ଜଣାଇଛନ୍ତି।

ସେହିପରି ଆଲମଣ୍ଡା-କୋରକୋଣ୍ଡ‌ା ସେକ୍ସନର ସେଭଳି ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ସ୍ଵତନ୍ତ୍ର ପାସେଞ୍ଜର ଟ୍ରେନ ନମ୍ବର ୦୮୫୪୬ ବିଶାଖାପାଟଣା-କୋରାପୁଟ ଆସନ୍ତା ୨୪ ଓ ୨୫ ତାରିଖ ଦୁଇଦିନ ବାତିଲ ରହିବ। ସେଭଳି ସେଭଳି କୋରାପୁଟରୁ ଛାଡ଼ିବାକୁ ଥିବା ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ ନମ୍ବର ୦୮୫୪୫ କୋରାପୁଟ-ବିଶାଖାପାଟଣାକୁ ଆସନ୍ତା ୨୪ ଓ୨୫ ତାରିଖ ଦୁଇ ଦିନ ବାତିଲ ରହିବ। ସେଭଳି ବିଶାଖାପାଟଣାରୁ ଛାଡ଼ିବାକୁ ଥିବା ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ ନମ୍ବର ୦୮୫୦୩ବିଶାଖାପାଟଣା-ରାୟଗଡ଼ା ଓ‌ ରାୟଗଡ଼ାରୁ ଛାଡ଼ୁଥିବା ଟ୍ରେନ ନମ୍ବର ୦୮୫୦୪ ରାୟଗଡ଼ା-ବିଶାଖାପାଟଣାକୁ ଆସନ୍ତା ୨୪ ଓ୨୫ ତାରିଖ ଦୁଇ ଦିନ ଉଭୟ ପଟେ ଚଳାଚଳ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *

Back to top button