ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ଵାମୀର ଆତ୍ମସମର୍ପଣ

ବୌଦ୍ଧ : ସ୍ୱାମୀ- ସ୍ତ୍ରୀ କଳିରୁ ହତ୍ୟାକାଣ୍ଡ। ଏହି ଅଭାବନୀୟ ଘଟଣା ବୌଦ୍ଧ ଥାନା ସଂପୋଜ ଗ୍ରାମରେ ଘଟିଛି।

ଖବର ଅନୁଯାୟୀ ବୁଧବାର ପୂର୍ବାହ୍ନରେ ଭୋଳାନାଥ ସ୍ୱାଇଁ ଓ ପତ୍ନୀ କସ୍ତୁରୀଙ୍କ ମଧ୍ୟରେ କୌଣସି କାରଣରୁ କଳି ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆ‌ରେ କସ୍ତୁରୀକୁ ହାଣିଥିଲେ। ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ ମଧ୍ୟ ଭୋଳାନାଥଙ୍କ ଉଗ୍ରରୂପ ଦେଖି କେହି ପାଖକୁ ଯିବାକୁ ସାହସ କରିନଥିଲେ। ପତ୍ନୀକୁ ହତ୍ୟାକରିବା ପରେ ଭୋଳାନାଥ ଟାଙ୍ଗିଆ ବୁଲାଇ ଗାଁରେ ଆତଙ୍କ ଖେଳାଇଥିଲେ। ଆଉ ହନିଜେ ବୌଦ୍ଧ ପୋଲିସକୁ ଫୋନ କରି ଜଣାଇବାରୁ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button